ଜଳଖିଆ ଦୋକାନୀଙ୍କୁ ବଣିକ ସଂଘ କର୍ମକର୍ତ୍ତାଙ୍କ ମାରିଦେବାକୁ ଧମକ

You are currently viewing ଜଳଖିଆ ଦୋକାନୀଙ୍କୁ ବଣିକ ସଂଘ କର୍ମକର୍ତ୍ତାଙ୍କ ମାରିଦେବାକୁ ଧମକ

ଅନୁଗୋଳ: ସାମାନ୍ୟ କଥାକୁ ନେଇ ଅନୁଗୋଳ ବଣିକ ସଂଘ (ADCCI)ର କର୍ମକର୍ତ୍ତା ବୋଲାଉଥିବା ଅଶୋକ ଜୈନ ଏବଂ ଦୀପକ ବର୍ମା ଗତ ଶନିବାର ଗାନ୍ଧୀମାର୍ଗ ସ୍ଥିତ ରାଜୱାଡ଼ି ଟ୍ରିଟ ନାମକ ଏକ ଜଳଖିଆ ଦୋକାନରେ ପହଞ୍ଚି ଗଣ୍ଡଗୋଳ କରିଥିବା ଅଭିଯୋଗ ହେଇଛି। ଏହି ଦୁଇ ବ୍ୟକ୍ତି ଜଳଖିଆ ଦୋକାନୀଙ୍କୁ ଅଶାଳୀନ ଭାଷାରେ ଗାଳି ଗୁଲଜ କରିବା ସହ ଜୀବନରେ ମାରି ଦେବାକୁ ଧମକ ଦେଇଥିବା କୁହା ଯାଉଛି। ଏହି ଗଣ୍ଡଗୋଳର ସମସ୍ତ ପ୍ରମାଣ ସିସିଟିଭିରେ କଏଦ ହୋଇଥିବାବେଳେ ଏହା ଏବେ ସହରର  ଚର୍ଚ୍ଚାର ବିଷୟ ହେଇଛି। ବଣିକ ସଂଘ (ADCCI)ର କିଛି କର୍ମକର୍ତ୍ତା ଏଭଳି ବାରମ୍ବାର ଗଣ୍ଡଗୋଳ କରିବା ପଛରେ କିଏ ରହିଛି ବୋଲି ସାଧାରଣରେ ଆଲୋଚନା ହେଉଛି।

ବଣିକ ସଂଘ ଛୋଟ ଦୋକାନୀଙ୍କ ସ୍ୱାର୍ଥ ରକ୍ଷା ଯାଗାରେ ସେମାନଙ୍କୁ ହଇରାଣ କରିବା ଧମକଚମକ ଦେବା ଦୁର୍ଭାଗ୍ୟ ଜନକ ବୋଲି କନଫେଡେରେସନ ଅଫ ଅଲ୍ ଇଣ୍ଡିଆ ଟ୍ରେଡର୍ସର ଅନୁଗୋଳ ମୁଖ୍ୟ ରାଜକୁମାର ଶୁକ୍ଳା ଏକ ବାର୍ତ୍ତାରେ କହିଛନ୍ତି। କିଛି ମାସ ପୂର୍ବରୁ ରୋଟାରୀ ସ୍କୁଲରେ ପରୀକ୍ଷା ଚାଲିଥିବା ବେଳେ ବଣିକ ସଂଘ (ADCCI)ର କର୍ମକର୍ତ୍ତା ମାନେ ବାଣ ଫୁଟାଇବା ସହ ଉଚ୍ଚ ସ୍ୱରରେ ବାଜା ବଜାଇବାର ବ୍ୟବସ୍ଥା କରିଥିଲେ।

ପୋଲିସ ଖବର ପାଇ ଅଭିଯୁକ୍ତଙ୍କୁ ଥାନାରେ ବସାଇ ଦେଇଥିଲେ। ତେଣୁ ବଣିକ ସଂଘ (ADCCI) କର୍ମକର୍ତ୍ତା ମାନେ ବାରମ୍ବାର ଏଭଳି କାଣ୍ଡ ଭିଆଇ ସ୍ଥାନୀୟ ଦୋକାନୀଙ୍କୁ ଭୟଭୀତ କରୁଥିବାରୁ ପୋଲିସ ଏ ଘଟଣାରେ ହସ୍ତକ୍ଷେପ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀ ଶୁକ୍ଳା ଦାବି କରିଛନ୍ତି।

Share

Leave a Reply