ଅନୁଗୋଳ: ଓପି ଜିନ୍ଦଲ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜିର ମ୍ୟାଚରେ କୁଚିଣ୍ଡା ୨-୧ ଗୋଲ ବ୍ୟବଧାନରେ ଅନୁଗୋଳକୁ ପରାସ୍ତ କରିଥିଲା। କୁଚିଣ୍ଡା ଦଳର ଚିନି କିଷାନ୍ ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ।ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ଏପିଡି ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଖେଳାଳୀ ମାନଙ୍କ ସହ ପରିଚିତ ହୋଇଥିଲେ । ସମ୍ମାନିତ ଅତିଥି ରୂପେ ଅନୁଗୋଳ ବିଡିଓ ଡ଼ା ବିଶ୍ୱଭୂଷଣ, ବଅଁରପାଳ ବିଡିଓ ଲୋଚନ ଦାସ, ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ,ଜିନ୍ଦଲ ଷ୍ଟିଲର ଇଭିପି ମହେଶ ବାବୁ ଏବଂ ଜିଏମ ସିଏସଆର ଜୟନ୍ତ କୁମାର ମହାନ୍ତି ରୂପେ ଯୋଗ ଦେଇଥିଲେ।ଖେଳ ପରିଚାଳନା କରିଥିଲେ ଶିବ ଶଙ୍କର ପଣ୍ଡା ଲାଇନରେ ତାଙ୍କୁ ସହାୟତା କରିଥିଲେ ଧନେଶ୍ୱର ସର୍ଦ୍ଦାର ଏବଂ ଆଲୋକ ଦେହୁରୀ।ସୋମବାର କୁଚିଣ୍ଡା ଏବଂ କେନ୍ଦୁଝର ମଧ୍ୟ ରେ ଖେଳ ଅନୁଷ୍ଠିତ ହେବ।
ଓପି ଜିନ୍ଦଲ ମେମୋରିଆଲ ଫୁଟବଲ: ଅନୁଗୋଳକୁ ହରାଇ କୁଚିଣ୍ଡା ବିଜୟୀ
- Post published:August 16, 2026
- Post category:କ୍ରୀଡ଼ା
- Post comments:0 Comments
- Post author:Biswaranjan Pattnaik
Tags: Angul





