ବିଶ୍ବ ଅଙ୍ଗଦାନ ଦିବସ ପାଳିତ

You are currently viewing ବିଶ୍ବ ଅଙ୍ଗଦାନ ଦିବସ ପାଳିତ

ଅନୁଗୋଳ: ଗତ ୧୩ ତାରିଖ  ଦିନ ନାଲକୋ ଡାକ୍ତରଖାନା ସଭାଗୃହରେ ବିଶ୍ବ  ଅଙ୍ଗଦାନ ଦିବସ ପାଳିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମରେ ପ୍ରଫେସର  ଶାନ୍ତନୁ କୁମାର  ସର ମୁଖ୍ୟଅତିଥି ଭାବରେ ଯୋଗଦେଇ  ଅଙ୍ଗଦାନର ଆବଶ୍ୟକତା ଓ ଗୁରୁତ୍ବ ଦୃଷ୍ଟିରୁ ଏଥିପାଇଁ ବ୍ୟାପକ  ଜନସଚେତନା ସୃଷ୍ଟି ହେବା ଦରକାର ବୋଲି ସେ କହିଥିଲେ।ଜଣେ ବ୍ରେନ୍ ମୃତ ବ୍ଯକ୍ତି  ନିଜଶରୀରର ଆଠଟି ଅଂଗ ଦାନ କରିପାରିବେ ଓ ଏହାର  ପ୍ରତିରୋପଣ, ଅନ୍ୟମାନଙ୍କ  ଦେହରେ ନୂତନ ଜୀବନ ସଂଚାର କରିପାରିବ। ବିଭିନ୍ନ  ଆଲୋଚନାଚକ୍ର ମାଧ୍ୟମ ରେ,ଏଥିନେଇ  ଥିବା ଅନେକ  ଭ୍ରାନ୍ତ ଧାରଣାଦୂର  ହୋଇ ପାରିବ  ବୋଲି ସେ ମତବ୍ୟକ୍ତ  କରିଥିଲେ।

ଡକ୍ଟର ଶୁଭାସିନୀ ମୁର୍ମୁ,ଡକ୍ଟର ଶମ୍ଭୁପ୍ରକାଶ, ଡକ୍ଟର ଏମ୍.କେ.ୱାଗ୍ଚୀ ଓ ଡକ୍ଟର  ଚିନ୍ମୟ କୁମାର  ବାରିକ  ମଞ୍ଚାସୀନ ଥିଲେ। ଶେଷରେ ଶ୍ରୀ ସର ଉପସ୍ଥିତ  ସମସ୍ତ ଙ୍କୁ ଅଙ୍ଗଦାନ  କରିବା ପାଇଁ ଶପଥପାଠ  କରାଇଥିଲେ।

Share

Leave a Reply