ଅମଲାପଡ଼ା ମହାବିନାୟକ ୟୁଥ୍ କ୍ଲବ୍ ରେ ଗଣେଶ ପୂଜା ପ୍ରସ୍ତୁତି ଆରମ୍ଭ, ନୂତନ କମିଟି ଗଠନ

You are currently viewing ଅମଲାପଡ଼ା ମହାବିନାୟକ ୟୁଥ୍ କ୍ଲବ୍ ରେ ଗଣେଶ ପୂଜା ପ୍ରସ୍ତୁତି ଆରମ୍ଭ, ନୂତନ କମିଟି ଗଠନ

ଆସନ୍ତା ଗଣେଶ ପୂଜାକୁ ମହାଆଡମ୍ବରେ ପାଳନ କରିବା ପାଇଁ ଆଜି ଅମଲାପଡ଼ା ସ୍ଥିତ ମହାବିନାୟକ ୟୁଥ୍ କ୍ଲବ୍ ପ୍ରାଙ୍ଗଣରେ ପୂଜା କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। କ୍ଲବ୍ ସଦସ୍ୟଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବୈଠକରେ ଚଳିତ ବର୍ଷର ଗଣେଶ ପୂଜାର ସମସ୍ତ କାର୍ଯ୍ୟକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। ନୂତନ କମିଟିର ପଦାଧିକାରୀମାନେ ହେଲେ ସଭାପତି ପ୍ରତ୍ଯୁଷ ପ୍ରଧାନ (ବାପି ଭାଇ), ଉପସଭାପତି ବିଶ୍ୱରଞ୍ଜନ ମହାନ୍ତି (ରାଜା ଭାଇ), ଦୁଷ୍ମନ୍ତ ଜେନା (ଦୁସୁ), ସମ୍ପାଦକ ଶିବାନୀ ଶଙ୍କର ଗୌଡ, ସହ-ସମ୍ପାଦକ ହରପ୍ରସନ୍ନ ରାଉତରାୟ, ରାହୁଲ ନାୟର, ଦେବାଶିଷ ବ୍ରହ୍ମା, କୋଷାଧ୍ୟକ୍ଷ ଚିନ୍ମୟ ଜେନା, ଲିଟନ ଏବଂ ସହ-କୋଷାଧ୍ୟକ୍ଷ ଭାବେ ଆଶୁତୋଷ ମିଶ୍ର ମନୋନୀତ ହୋଇଛନ୍ତି।

ବୈଠକରେ ଚଳିତ ବର୍ଷ ପୂଜାକୁ କିପରି ଅଧିକ ଆକର୍ଷଣୀୟ ଓ ସୁଶୃଙ୍ଖଳ ଭାବେ ପାଳନ କରାଯିବ ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ମଣ୍ଡପ ସଜ୍ଜା, ପୂଜା ବିଧି, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଶୋଭାଯାତ୍ରା ଆଦି ପାଇଁ ବିଭିନ୍ନ ଉପ-କମିଟି ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି। ନୂତନ କମିଟି ଆଗାମୀ ଦିନରେ ସ୍ଥାନୀୟ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ଓ ଦାତାମାନଙ୍କ ସହ ଆଲୋଚନା କରି ପୂଜାର ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିବା ବୋଲି ସଭାପତି ପ୍ରତୁଷ ପ୍ରଧାନ ସୂଚନା ଦେଇଛନ୍ତି।

Share

Leave a Reply