ବଣିକ ସଂଘ କର୍ମକର୍ତ୍ତାଙ୍କ ଗୁଣ୍ଡାରାଜ: ଥାନାରେ ଏତଲା ଦେଲେ ବ୍ୟବସାୟୀ

You are currently viewing ବଣିକ ସଂଘ କର୍ମକର୍ତ୍ତାଙ୍କ ଗୁଣ୍ଡାରାଜ: ଥାନାରେ ଏତଲା ଦେଲେ ବ୍ୟବସାୟୀ

ଅନୁଗୋଳ: ଗତ ଶନିବାର ଅନୁଗୋଳ ବଣିକ ସଂଘର କିଛି କର୍ମକର୍ତ୍ତା ଗାନ୍ଧୀମାର୍ଗ ସ୍ଥିତ ରାଜୱାଡ଼ି ଟ୍ରୀଟରେ ପହଞ୍ଚି ବ୍ୟବସାୟୀଙ୍କୁ ସ୍ୱାଧୀନତା ଦିବସ ପାଇଁ ୫୦୦ ପ୍ୟାକେଟ ଜଳଖିଆ ସଂଗଠନକୁ ଚାନ୍ଦା ଆକାରରେ ଦେବା ପାଇଁ କହିଥିଲେ। କିନ୍ତୁ ବ୍ୟବସାୟୀ ରାଜି ହୋଇନଥିଲେ। ଏଥିରେ ଉତକ୍ଷିପ୍ତ ହୋଇ କର୍ମକର୍ତ୍ତା ବୋଲାଉଥିବା ଅଶୋକ ଜୈନ, ଦୀପକ ବର୍ମା ଓ ତାଙ୍କ କିଛି ସାଥୀ ବ୍ୟବସାୟୀ ବିଜୟ ଆଚାର୍ଯ୍ୟଙ୍କୁ ଧମକ ଚମକ ଦେବା ସହ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ। ଏପରିକି ବଣିକ ସଂଘ କର୍ମକର୍ତ୍ତା ମାନେ ହୋଟେଲର ମହିଳା କର୍ମଚାରୀ ମମତା ବେହେରାଙ୍କୁ ମଧ୍ୟ ଛାଡ଼ି ନଥିଲେ। ଗଣ୍ଡଗୋଳ ନେଇ ପ୍ରତିବାଦ କରିବାରୁ ସେମାନେ ମମତାଙ୍କୁ ମଧ୍ୟ ଠେଲା ପେଲା କରିବା ସହ ଗାଳି ଗୁଲଜ କରିଥିଲେ। ଘଟଣା ସମ୍ପର୍କରେ ବ୍ୟବସାୟୀ ଜଣକ ଟାଉନ୍ ଥାନାରେ ଏତଲା ଦେଇଥିବା ଜଣା ପଡ଼ିଛି।

ଗୋଟିଏ ସଂଭ୍ରାନ୍ତ ସଂଗଠନର କର୍ମକର୍ତ୍ତା ମାନେ ଛୋଟ ବ୍ୟବସାୟୀ ମାନଙ୍କୁ ଏଭଳି ଧମକ ଚମକ ଦେବାକୁ ସ୍ଥାନୀୟ ବ୍ୟବସାୟୀ ମାନେ ବହୁତ ନାପସନ୍ଦ କରିଛନ୍ତି। ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।

Share

Leave a Reply