ଅବକାରୀ ଚଢ଼ାଉ, ୨ ଗିରଫ

You are currently viewing ଅବକାରୀ ଚଢ଼ାଉ, ୨ ଗିରଫ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗ ଦ୍ଵାରା ଜରପଡ଼ା ଥାନା ଅଞ୍ଚଳରେ ରବିବାର ଚଢ଼ାଉ କରାଯାଇଛି। ସୂଚନା ମୁତାବକ, ବିଶ୍ବସ୍ତ ସୂତ୍ରରୁ ଖବରପାଇ ଜିଲ୍ଲା ଅବକାରୀ ବିଭାଗ ଅଧିକାରୀ ଓ କର୍ମଚାରୀମାନେ କଞ୍ଜରା ଗାଁର ପ୍ରଦୀପ ମହାରଣା(୪୦)ଙ୍କ ଘରେ ଚଢ଼ାଉକରି ୧୧ ଲିଟର ଦେଶୀମଦ ଜବତ କରିଛି। ସେହିଭଳି ଜରଡ଼ା ଗାଁର ଲିଲି ସାହୁ(୪୦)ଙ୍କ ଘରେ ଚଢ଼ାଉକରି ୧୪ ଲିଟର ଦେଶୀମଦ ଜବତକରିଛି। ଉଭୟଙ୍କ ନାମରେ ମାମଲା ରୁଜୁକରି ରବିବାର କୋର୍ଟ ଚାଲାଣ କରିଛି।

Share

Leave a Reply