ଅବକାରୀ ଚଢାଉ ୨ ଗିରଫ

You are currently viewing ଅବକାରୀ ଚଢାଉ ୨ ଗିରଫ

ଅନୁଗୁଳ: ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ଶନିବାର ଠାକୁରଗଡ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉକରି ୫୫ ଲିଟର ଦେଶୀ ମହୁଲି ମଦ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରାଯାଇଛି। ମିଣ୍ଡୋଳ ଗ୍ରାମର ତରୁଣୀ ସେଠୀଙ୍କ ଘରୁ ୩୫ ଲିଟର ଦେଶୀ ମହୁଲି ମଦ ଜବତ କରାଯାଇଥିବା ବେଳେ କୁତୁଲିସିଙ୍ଗା ଗ୍ରାମର ବିଦେଶୀ ପ୍ରଧାନଙ୍କ ଘରୁ ଚଢ଼ାଉ ବେଳେ ୨୦ ଲିଟର ଦେଶୀ ମହୁଲି ମଦ ଜବତ କରାଯାଇଛି। ସେମାନେ ଘରେ ଚୋରାରେ ଦେଶୀ ମହୁଲି ମଦ ବିକ୍ରି କରୁଥିବା ଖବର ପାଇଁ ଅବକାରୀ ନିରିକ୍ଷକ କୌଶଲ୍ୟା ଜେନା, ଉପ ନିରୀକ୍ଷକ ପ୍ରଫୁଲ କୁମାର ପତି, ସହକାରୀ ନିରିକ୍ଷକ ବଲବୀର ଗଡନାୟକ, ବବୁଲ ଦେହୁରିଙ୍କ ସମେତ କର୍ମଚାରି ମାନେ ଚଢଉ କରିଥିଲେ।

Share

Leave a Reply