ଅନୁଗୁଳ: ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବେ ମେଡିକାଲ୍ରେ କାର୍ଯ୍ୟରତ ଲବ୍ରୋଟାରୀ ଟେକ୍ନିସିଆନ। କର୍ତବ୍ୟରେ କୌଣସି ଅବହେଳା ନ କରି ଆସନ୍ତା ଅଗଷ୍ଟ ପହିଲାରୁ କଳା ବ୍ୟାଜ୍ ପିନ୍ଧି ସରକାରୀ ଅଣଦେଖାର କରିବେ ପ୍ରତିବାଦ। ଏନେଇ ସଂଘର ଅନୁଗୁଳ ଜିଲ୍ଲା ଶାଖା ପକ୍ଷରୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇ ଦିଆଯାଇଛି।ସଂଘର ଅଭିଯୋଗ ମୁତାବକ, କେନ୍ଦ୍ର ସରକାରୀ ଚିକିତ୍ସାଳୟ, ମେଡିକାଲ୍ କଲେଜ ଭଳି ‘ପଦ ନାମ’ ସହିତ କ୍ୟାଡ଼ର ଚୁଲ୍ ପରିବର୍ତ୍ତନ ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ସରକାର ଏଥିପ୍ରତି ଆଦୌ କର୍ଣ୍ଣପାତ କରୁନାହାନ୍ତି। ଡିଏମ୍ଏଲ୍ଟି କାଉନ୍ସିଲରେ ପଞ୍ଜୀକୃତ ହେବା ପାଇଁ ଯୋଗ୍ୟତା ନ ଥିବା ବ୍ୟକ୍ତିବିଶେଷଙ୍କୁ ସରକାରୀ ଚିକିତ୍ସାଳୟରେ କାମ କରିବାକୁ ସୁଯୋଗ ଦେବା ଦ୍ଵାରା ଚିକିତ୍ସାସେବାର ମାନ ହ୍ରାସ ପାଉଛି ବୋଲି ସଂଘ କ୍ଷୋଭ ପ୍ରକାଶ କରିଛି। ଏଣୁ ୧୦ଦଫା ଦାବି ପୂରଣ ପାଇଁ ସଂଘ ପକ୍ଷରୁ ଆସନ୍ତା ମାସ ପହିଲାରୁ ଲବ୍ରୋଟାରୀ ଟେକ୍ସସିଆନମାନେ କଳା ବ୍ୟାଜ୍ ପରିଧାନ କରି ପ୍ରତିବାଦ କରାଯିବାକୁ ନିଷ୍ପତ୍ତ ହୋଇଛି ବୋଲି ସଂଘର ଜିଲ୍ଲା ସମ୍ପାଦକ ମାନସ ରଞ୍ଜନ ସାହୁ, ରାଜ୍ୟ କୋଷାଧ୍ୟକ୍ଷ ଲଳିତ ବେହେରା ଜଣାଇଛନ୍ତି।
ପହିଲାରୁ କଳାବ୍ୟାଜ୍ ପିନ୍ଧିବେ ଲାବ୍ରୋଟାରୀ ଟେକ୍ନିସିଆନ୍
- Post published:July 29, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul