ବାଜି ରାଉତ ଛାତ୍ରାବାସରେ ଗାନ୍ଧୀ ଓ ନବକୃଷ୍ଣ ଚିତ୍ର ପ୍ରଦର୍ଶନୀ

You are currently viewing ବାଜି ରାଉତ ଛାତ୍ରାବାସରେ ଗାନ୍ଧୀ ଓ ନବକୃଷ୍ଣ ଚିତ୍ର ପ୍ରଦର୍ଶନୀ

ଅନୁଗୁଳ: ବାଜି ରାଉତ ଛାତ୍ରାବାସର ପଚସ୍ତରୀ ବର୍ଷ ପୂର୍ତ୍ତି ଅବସରରେ ସୋମବାର ଅପରାହ୍ନରେ ଛାତ୍ରାବାସ ପରିସରରେ ମହାତ୍ମା ଗାନ୍ଧୀ ଓ ନବକୃଷ୍ଣ ଚୌଧୁରୀଙ୍କର ଏକ ବିଶାଳ ଫଟୋ ଚିତ୍ର ପ୍ରଦର୍ଶନୀ ସୁପ୍ରସିଦ୍ଧ ହିନ୍ଦୀ ଲେଖିକା ସୁଜାତା ଚୌଧୁରୀଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ଏହି ପ୍ରଦର୍ଶନୀରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ଜୀବନବ୍ୟାପୀ କାର୍ଯ୍ୟ ତଥା ନବକୃଷ୍ଣ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟର ଅନେକ ଦୁଷ୍ପ୍ରାପ୍ୟ ଫଟୋଚିତ୍ର ସ୍ଥାନ ପାଇଛି । ଏହି ଅବସରରେ ରାଷ୍ଟ୍ରୀୟ ଯୁବା ସଂଗଠନ ଓ ନବ ମାଳତୀ ସ୍ମୃତି କମିଟି ଆନୁକୁଲ୍ୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା ଯୋଗ୍ୟ ପ୍ରତିଭାଗୀ ମାନଙ୍କୁ ସମ୍ମାନିତ କରାଯାଇଥିଲା। ରାଷ୍ଟ୍ରୀୟ ଯୁବା ସଂଗଠନ ପକ୍ଷରୁ ସୂର୍ଯ୍ୟ ନାରାୟଣ ନାଥ, ଆଦ୍ୟଶ୍ଲୋକ ମିଶ୍ର, ସୁଜାତା ପ୍ରୀତିନନ୍ଦା, ଅମ୍ଳାନ ମହାନ୍ତି ସୁନ୍ଦର ମୋହନ ହାଁସଦା ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

 

Share

Leave a Reply