ବିଦ୍ୟୁତ ଆଘାତରେ ଜିଓ କର୍ମଚାରୀ ଗୁରୁତର

You are currently viewing ବିଦ୍ୟୁତ ଆଘାତରେ ଜିଓ କର୍ମଚାରୀ ଗୁରୁତର

ଅନୁଗୁଳ: ଅନୁଗୁଳ ସହରର ଅମଲାପଡ।ରେ ଜିଓ କର୍ମଚାରୀ ବିଦ୍ୟୁତ୍ ଆଘାତରେ ଗୁରୁତରଭାବେ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଜିଓ ଫାଇବର ଲାଇନ୍ସ ମ୍ୟାନ ମଙ୍ଗଳବାର ସନ୍ଧ୍ୟାରେ ଏକ ବିଦ୍ୟୁତ ଖୁଣ୍ଟରେ ଚଢି ଇଣ୍ଟରନେଟ ସଂଯୋଗ କରୁଥିବାବେଳେ ହଠାତ ବିଦ୍ୟୁତ ଆଘାତ ଲାଗିଥିଲା। ଫଳରେ ସେ ତଳକୁ ଖସିପଡିଥିଲେ। ତାଙ୍କର ମୁଣ୍ଡ ଓ ଅଣ୍ଟାରେ ଆଘାତ ଲାଗିଥିଲା। ତାଙ୍କୁ ସଙ୍ଗେ ଏକ ଘରୋଇ ନିର୍ସିଂ ହୋମ୍ ରେ ଭର୍ତ୍ତି କରାଯାଇଛି। ସୁରକ୍ଷା ବ୍ୟବସ୍ଥା ନଥାଇ ଏଭଳି କାର୍ଯ୍ୟକରୁଥିବାରୁ କର୍ମଚାରୀ ଗୁରୁତର ହୋଇଥିବା କୁହାଯାଉଛି।

Share

Leave a Reply