ନଭେମ୍ବର ୨୬ରୁ ଅନୁଗୁଳରେ ୩୮ ତମ ବୋଇତ ବନ୍ଦାଣ ମହୋତ୍ସବ ଆରମ୍ଭ

0

ଅନୁଗୁଳ: ନଭେମ୍ବର ୨୬ରୁ ଅନୁଗୁଳର ସର୍ବପୁରାତନ ସେବା ଓ ସଂସ୍କୃତିକ ଅନୁଷ୍ଠାନ କଳାକାର ଦ୍ଵାରା ୩୮ ତମ ବୋଇତ ବନ୍ଦାଣ ମହୋତ୍ସବ ଓ ରାଜ୍ୟସ୍ତରୀୟ ସଂସ୍କୃତିକ ପ୍ରତିଯୋଗିତା ଆୟୋଜନ କରାଯିବ। ଏ ନେଇ ଏକ ପ୍ରସ୍ତୁତି ବୈଠକ ସଭାପତି ଭୂପେଶ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଆସନ୍ତା ମାସ ୨୬ ଓ ୨୭ ତାରିଖରେ ଅନୁଗୁଳ ସଭାଘର ଠାରେ ମହୋତ୍ସବ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି।

ପ୍ରଥମ ଦିନରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରଙ୍ଗଭରୋ, ଚିତ୍ରାଙ୍କନ, ଓଡ଼ିଶୀ ନୃତ୍ୟ, ଲୋକ ନୃତ୍ୟ ଇତ୍ୟାଦି ପ୍ରତିଯୋଗିତା ଆୟୋଜନ କରାଯିବ। ଉଦଯାପନୀ ସନ୍ଧ୍ୟାରେ ପାରମ୍ପରିକ ବୃନ୍ଦଗାନ, ବୋଇତ ବନ୍ଦାଣ, ନୃତ୍ୟ ନାଟିକା ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯିବ। କାର୍ଯ୍ୟକ୍ରମରେ ଅନୁଗୁଳ ଜିଲ୍ଲା ତଥା ରାଜ୍ୟର କଳାପ୍ରତିଭା ସମ୍ପନ୍ନ ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରାଯିବା ସହ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ। ମହୋତ୍ସବରେ ସ୍ଵତନ୍ତ୍ର ଅତିଥି ଭାବେ ଓଡ଼ିଆ ସିନେ ଜଗତର କଳାକାର ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ପ୍ରସ୍ତୁତି ବୈଠକରେ କଳାକାର ସମ୍ପାଦକ ବିଭୂତି ଭୂଷଣ ମହାପାତ୍ର, ବୀରେନ୍ଦ୍ର ପ୍ରଧାନ, ବୈରାଗୀ ଚରଣ ମଲ୍ଲିକ, ପ୍ରଶାନ୍ତ ରଥ, ଅନିତା ସିଂ ଦେଓ, ରୁଚିର କୁମାର ବରାଳ, ଅଶ୍ଵିନୀ ଦଳ ବେହେରା, ଅନିତା ରାଜଗୁରୁ, ସନ୍ତୋଷ ନାୟକ, ଅନିଲ ସ୍ୱାଇଁ, ଅଜୟ ସାହୁ, ଅଭୟ ତ୍ରିପାଠୀ, ପ୍ରଦୀପ୍ତ ଭୂତିଆ, ରଞ୍ଜନ ପାତ୍ର, ବିଷ୍ଣୁ ମହନ୍ତ, ପିନାକୀ ସିଂ, ସଞ୍ଜୀବ ନାଥ, ମନୋଜ ପାଳଙ୍କ ସମେତ ବହୁ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଭାଗ ନେବାକୁ ପ୍ରତିଯୋଗୀମାନେ ବୀରେନ୍ଦ୍ର କୁମାର ପ୍ରଧାନ ୯୮୬୧୨୭୦୦୩୨ ଓ ପ୍ରଶାନ୍ତ କୁମାର ରଥ ୮୦୯୩୧୯୦୪୯୯ଙ୍କୁ ଯୋଗାଯୋଗ କରିବାକୁ ଅନୁଷ୍ଠାନ ତରଫରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.

error: Content is protected !!