ଅନୁଗୁଳ : ଅନୁଗୁଳ ସଦର ଥାନା ପୁଲିସ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଚୋରା ଲୁହା ପାଇପ୍ ବୋଝେଇ ମିନି ଟ୍ରକ୍ ଜବତ କରିଛି। ଏଥିରେ ସମ୍ପୃତ ୨ ଜଣଙ୍କୁ ଗିରଫକରି ଶନିବାର କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ, ତାଳଚେର ଡ଼େରା ଅଞ୍ଚଳରୁ ଏକ ମିନିଟ୍ରକ୍ ରେ ପ୍ରାୟ ୨ଟନ୍ ଲୁହାପାଇପ୍ ନେଇ ଜରାସିଂହ ଗାଁର ଅଥାନି ସାହୁ ଓ ଅନୁଗୁଳ ବଜାରର ସୁବାଷ ସାହୁ ଅନୁଗୁଳ ଆସୁଥିବା ବେଳେ ପାଟ୍ରୋଲିଂ କରୁଥିବା ସଦର ପୁଲିସ ସେମାନଙ୍କୁ ଧରିଥିଲା। ଏ ନେଇ ପୁଲିସ ଏକ ମାମଲା ରୁଜୁକରି ମାଲ ଜବତକରି ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।
ଚୋରା ଲୁହା ପାଇପ୍ ବୋଝେଇ ମିନି ଟ୍ରକ ଜବତ, ୨ ଗିରଫ
- Post published:October 9, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
Tags: Angul