ନଗରପାଳ ନିର୍ବାଚନ ପାଇଁ ସଂରକ୍ଷଣ ତାଲିକା ଜାରି

You are currently viewing ନଗରପାଳ ନିର୍ବାଚନ ପାଇଁ ସଂରକ୍ଷଣ ତାଲିକା ଜାରି

ଅନୁଗୁଳ: ଶେଷରେ ରାଜ୍ୟ ନଗର ଉନ୍ନୟନ ବିଭାଗ ବିଭିନ୍ନ ଏନ୍‌ଏସି ଓ ପୌରପାଳିକାର ନଗରପାଳ ନିର୍ବାଚନ ପାଇଁ ସଂରକ୍ଷଣ ଚିଠା ଜାରି କରିଛନ୍ତି। ଚିଠି ସଂଖ୍ୟା ୯୩୩ ତା ୧୫.୧.୨୨ ଅନୁସାରେ ଏହି ନୋଟିଫିକେଶନ୍ ଜାରି କରାଯାଇ ଦାବି ଆପତ୍ତି ପ୍ରସ୍ତାବ ପାଇଁ ୧୫ ଦିନ ସମୟ ଦିଆ ଯାଇଛି। ତେବେ ଏହି ପ୍ରସ୍ତାବ ବଦଳିବା ନେଇ ସମ୍ଭାବନା ବିଶେଷ ନାହିଁ। ନୋଟିଫିକେସନ୍ ମୁତାବକ ଅନୁଗୁଳ ଓ ତାଳଚେର ପାଇଁ ଅଣ ସଂରକ୍ଷିତ ରଖା ଯାଇଥିବାବେଳେ ଆଠମଲ୍ଲିକକୁ ମହିଳା ବର୍ଗ ପାଇଁ ସଂରକ୍ଷିତ ରଖା ଯାଇଛି। ଏହି ନୋଟିଫିକେଶନ୍ କୁ ସହରର ବୁଦ୍ଧିଜୀବି
ମହଲ ସ୍ବାଗତ କରିଥିବାବେଳେ ଦଳୀୟ ସଂଗଠନ ପାଇଁ ଚିନ୍ତା ବଢ଼ାଇବା ନିଶ୍ଚିତ। ଅଣ ସଂରକ୍ଷିତ ପଦବୀ ପାଇଁ ପ୍ରତି ଦଳରେ ବହୁ ଆଶାୟୀ ପ୍ରାର୍ଥୀ ଥିବାରୁ ଲଢେଇ ଜୋରଦାର ହେବ। ନିଶ୍ଚିତ ।ଏହା ଛଡା ବହୁ ସ୍ଵାଧୀନ ପ୍ରାର୍ଥୀଙ୍କ ଆବିର୍ଭାବ ନିର୍ବାଚନ ଅଙ୍କ କଷାକୁ ଓଲଟା ପାଲଟା କରିବ ବୋଲି ରାଜନୈତିକ ସମୀକ୍ଷକ ମାନେ କହିଲେଣି ।

Share

Leave a Reply