ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ତଥା ଠାକୁରଗଡ଼ ଥାନା ଅନ୍ତର୍ଗତ ଟାପଢୋଲ ଫାଣ୍ଡିର ନୂତନ ଗୃହ ଗୁରୁବାର ଉଦ୍ଘାଟିତ ହୋଇଛି। ଗୁରୁବାର ପୂର୍ବାହ୍ନରେ ଉତ୍ତର କେନ୍ଦ୍ରାଞ୍ଚଳ ପୁଲିସ ଡିଆଇଜି ଡା. ସାର୍ଥକ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ନୂତନ ଗୃହକୁ ଲୋକାର୍ପଣ କରିଥିଲେ। ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କୁ ନିରନ୍ତର ପୁଲିସ୍ ସେବା ଯୋଗାଇବାରେ ଏହା ସହାୟକ ହୋଇପାରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ। ଏସ୍ପି ଜଗମୋହନ ମୀନା, ଆଠମଲ୍ଲିକ ଏସଡିପିଓ ଚନ୍ଦ୍ରମଣି ପ୍ରଧାନ, ଥାନା ଅଧିକାରୀ ପୀତାମ୍ବର ମଲ୍ଲିକ, ଏଏସ୍ଆଇ ନବୀନଚନ୍ଦ୍ର ଶତପଥୀ ଓ ଟାପଢୋଲ ପାଇକସାହି, ସାପଘରା ପଞ୍ଚାୟତର ସରପଞ୍ଚ ଓ ଗ୍ରାମବାସୀ ଉଦ୍ଘାଟନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ନୂତନ ଫାଣ୍ଡି ଗୃହ ଉଦ୍ଘାଟିତ
- Post published:November 12, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul