ଅନୁଗୁଳ: ଅନୁଗୁଳ ନାଗରିକ ମଞ୍ଚର ସଭାପତି ଭାବେ ଡକ୍ଟର ପ୍ରଭାତ କୁମାର ପଣ୍ଡାଙ୍କୁ ମନୋନୀତ କରାଯାଇଛି। ଗତ ଡିସେମ୍ବର ମାସରେ ସଭାପତି ନବ କିଶୋର ସାମନ୍ତଙ୍କ ଦେହାନ୍ତ ପରେ ଉକ୍ତ ସ୍ଥାନଟି ଖାଲି ଥିଲା। ଏବେ ମଞ୍ଚ ବରିଷ୍ଠ ଉପସଭାପତି ବିମଳ ମିଶ୍ରଙ୍କ ଦ୍ଵାରା ପରିଚାଳିତ ହେଉଥିଲା। ବିଧିବଦ୍ଧ ନିର୍ବାଚନ ହେବା ପର୍ଯ୍ୟନ୍ତ ପରିବନ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତ୍ତ ନିଆଯାଇଛି। ବରିଷ୍ଠ ସଦସ୍ୟମାନଙ୍କ ସହିତ ଉସଭାପତି ବିମଳ କୁମାର ମିଶ୍ର, ଅରୁଣ କୁମାର ଦାସ, ଆଡ୍ଭୋକେଟ୍ ରାଜକିଶୋର ମହାରଣା କୋଷାଧ୍ୟକ୍ଷ ବିପିନ କୁମାର ମହାପାତ୍ର, ଯୁଗ୍ମ ସମ୍ପାଦକ ଦୀନେଶ ନାରାୟଣ ମିଶ୍ର, ଉକ୍ତ ପ୍ରସାଦ ଦାସ, ହୃଦାନନ୍ଦ ସାହୁ, ନିର୍ମଳ ସାହୁ, ପ୍ରସନ୍ନ କୁମାର ବେହେରା, ନାରାୟଣ ପ୍ରସାଦ ମିଶ୍ର, ଧ୍ରୁବ ଚରଣ ସାହୁ, ପ୍ରଫେସର ବଳଦେବ କିର ପ୍ରମୁଖ ଉପସ୍ଥିତ ଥିଲେ ।
ଅନୁଗୁଳ ନାଗରିକ ମଞ୍ଚର ନୂତନ ସଭାପତି
- Post published:August 26, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul