ବିଦ୍ୟୁତ୍ ଖୁଣ୍ଟରେ ପିଟି ହେଇ ଓଲଟି ପଡିଲା ଅମୁଲ ଵୋଝେଇ ଟ୍ରକ

You are currently viewing ବିଦ୍ୟୁତ୍ ଖୁଣ୍ଟରେ ପିଟି ହେଇ ଓଲଟି ପଡିଲା ଅମୁଲ ଵୋଝେଇ ଟ୍ରକ

ନାଲକୋ ନଗର: ଅନୁଗୁଳ ୫୫ନଂ ଜାତୀୟ ନାଲକୋ ନଗର ସିପିପି ଛକ ନିକଟରେ ଦୁର୍ଘଟଣା। ଗତ କାଲି ରାତିରେ ଅନଗୁଳରୁ କଟକ ଅଭିମୁଖେ ଏକ ଅମୁଲ୍ ବୋଝେଇ ଟ୍ରକ (OD19Z2917) ଯାଉଥିବା ବେଳେ ଚାଳକଙ୍କ ଅସାବଧାନ ଯୋଗୁଁ ଭାରସାମ୍ୟ ହରାଇ ଜାତୀୟ ରାଜପଥ କଡ଼ରେ ଥିବା ବିଦ୍ୟୁତ ଖୁଣ୍ଟରେ ଧକା ଦେଇଥିଲା। ଘଟଣା ସ୍ଥଳରେ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯାଇ ଜାତୀୟ ରାଜପଥ ଉପରେ ପଡ଼ି ଥିଲା। ସ୍ଥାନୀୟ ଲୋକଙ୍କ ସହଯୋଗରେ ବିଦ୍ୟୁତ ବିଭାଗ ଅଧିକାରୀ ଆସି ବିଦ୍ୟୁତ କାଟ କରିଥିଲା। ପରେ ଖବର ପାଇ ନାଲକୋ ପୋଲିସ ପହଞ୍ଚି ଆହତ ଗାଡ଼ି ଚାଳକକୁ ଟ୍ରକ ଭିତରୁ ଉଦ୍ଧାର କରି ଡାକ୍ତର ଖାନାକୁ ପଠାଇଥିଲା। ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡ଼ି ଅଟକି ରହିଥିବା ଦେଖିବାକୁ ମିଳିଥିଲା। ପୋଲିସ ଘଟଣା ସ୍ଥଳରେ ରହି ଟ୍ରାଫିକ ନିୟନ୍ତ୍ରଣ କରିବା ପରେ ପ୍ରାୟ ଦୁଇଘଣ୍ଟା ପରେ ଗାଡ଼ି ଚଳାଚଳରେ ସୁଧାର ଆସିଥିଲା।

Share

Leave a Reply