ପୁଣି ମାଡ଼ିଲାଣି କରୋନା

You are currently viewing ପୁଣି ମାଡ଼ିଲାଣି କରୋନା

ଅନୁଗୁଳ: ଧିରେ ଧିରେ କରୋନା ଜିଲ୍ଲାରେ ଶକ୍ତି ବୃଦ୍ଧି କରୁଛି। ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲାରେ ଅମାନିଆ ଜନସାଧାରଣ ଓ ଅମାନିଆ ଦୋକାନୀ ଙ୍କ ଯୋଗୁଁ କରୋନା ସଂକ୍ରମଣ ବଢୁଛି। ବୁଧବାର ଜିଲ୍ଲାରେ କରୋନା ସଂକ୍ରମଣ ପୁଣି ଥରେ ଶତକ ପାର କରି ୧୦୭ରେ ପହଞ୍ଚିଛି। କରୋନା ମୁକାବିଲା
ପାଇଁ ତାଳଚେର ଠାରେ କୋଭିଡ ହସ୍ପିଟାଲ ଖୋଲା ଯାଇଥିବା ବେଳେ ବନରପାଳ ଓ ପଞ୍ଚ ମହଲା ସରକାରୀ ପଲିଟେକନିକ୍ ଏବଂ ଛେଣ୍ଡିପଦାରେ କୋଭିଡ୍ କେଆର ସେଣ୍ଟର୍ ଖୋଲା ଯାଇଛି। ଏସବୁ ସ୍ଥାନରେ ଆଇସୋ- ଲେଶନ ପାଇଁ ଶଯ୍ୟା, ଖାଦ୍ୟ ଏବଂ ଚିକିତ୍ସା ସେବାର ବ୍ୟବସ୍ଥା କରାଯାଇଛି। ମିଳିଥିବା ସୂଚନା ମୁତାବକ ପଞ୍ଚମହଲା ସେଣ୍ଟର୍‌ ରେ ୧୦୦ ଜଣ ରୋଗୀଙ୍କ ପାଇଁ ବ୍ୟବସ୍ଥା କରାଯାଇଥିବାବେଳେ ଆୟୁଷ ଡାକ୍ତର ଡା ବିଜୟ କୁମାର ପ୍ରଧାନ, ଡା ଜ୍ୟୋତି ପ୍ରଭା ମିଶ୍ର ଓ ଡା ମାନସ କୁମାର ବେହେରା ଙ୍କୁ ସେଠାରେ ଅବସ୍ଥାପିତ କରାଯାଇଛି ।

Share

Leave a Reply