ଅନୁଗୋଳ: ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ନୂତନ ଦାୟିତ୍ୱ ମିଳିଛି। ଲୋକସଭା ବାଚସ୍ପତି ଓମ ବିର୍ଲା ତାଙ୍କୁ ପାର୍ଲାମେଣ୍ଟର ଏମପି ଲ୍ୟାଡ ଫଣ୍ଡ କମିଟିର ସଦସ୍ୟ ଭାବେ ମନୋନୀତ କରିଛନ୍ତି।
ସାଂସଦ କୋଡ଼ିକୁନୀଲ ସୁରେଶ ଉକ୍ତ କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନିର୍ବାହ କରିବେ। ଚଳିତ ସେପ୍ଟେମ୍ବର ୧୫ ରୁ ୨୦୨୭ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଶ୍ରୀ ପାଣି ସଦସ୍ୟ ଭାବେ ଦାୟିତ୍ୱ ତୁଲାଇବେ। ସାଂସଦ ପାଣ୍ଠି ସମ୍ପର୍କିତ ସମସ୍ତ ବିଷୟ ଉପରେ ଏହି କମିଟି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବ।












