ଜମରଡିହ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି ଦାବି, ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଅଞ୍ଚଳବାସୀଙ୍କ ଅଭିଯୋଗ

You are currently viewing ଜମରଡିହ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି ଦାବି, ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଅଞ୍ଚଳବାସୀଙ୍କ ଅଭିଯୋଗ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଜମରଡିହ ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ତୁରନ୍ତ ଡାକ୍ତର ନିଯୁକ୍ତି ଦାବି କରି ସୋମବାର ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଅଞ୍ଚଳବାସୀ ଲିଖିତ ଅଭିଯୋଗ କରିଛନ୍ତି। ଦୀର୍ଘଦିନ ଧରି ଡାକ୍ତର ନଥିବାରୁ ୫ଟି ଉପାନ୍ତ ପଞ୍ଚାୟତର ଲୋକେ ଚିକିତ୍ସା ସେବା ପାଇଁ ହଇରାଣ ହେଉଥିବା ଅଭିଯୋଗ ହୋଇଛି।

ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ, ଜୁନ୍‌ ୧ରୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନାହାନ୍ତି। ଏନେଇ ପ୍ରଶାସନକୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ନିଯୁକ୍ତି ହୋଇନାହିଁ। ଗତ ୩ ତାରିଖରେ ଲୋକେ ରାଜରାସ୍ତା ଅବରୋଧ କରିଥିବାବେଳେ ଉପଜିଲ୍ଲାପାଳ ରବୀନ୍ଦ୍ର ପଟେଲ ଡାକ୍ତର ନିଯୁକ୍ତିର ଲିଖିତ ପ୍ରତିଶ୍ରୁତି ଦେଇଥିଲେ।
ମାତ୍ର ପ୍ରତିଶ୍ରୁତି ପୂରଣ ହୋଇନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଡାକ୍ତର ନିଯୁକ୍ତି ନହେଲେ ସ୍କୁଲ, କଲେଜ, ବଜାର ଓ ରାଜରାସ୍ତା ବନ୍ଦ କରି ଅନିର୍ଦ୍ଦିଷ୍ଟକାଳ ଧାରଣା ଦେବାକୁ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।

Share

Leave a Reply