ଶିକ୍ଷକଙ୍କ ବଦଳିକୁ ବିରୋଧ, ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

You are currently viewing ଶିକ୍ଷକଙ୍କ ବଦଳିକୁ ବିରୋଧ, ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

ଅନୁଗୋଳ: ଅନୁଗୋଳ ବ୍ଳକ୍ ବସଲା ଗ୍ରାମ ପଞ୍ଚାୟତ ଅଧୀନ ବସଲା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଦିଲୀପ କୁମାର ସାହୁଙ୍କ ବଦଳିକୁ ବିରୋଧ କରି ଗ୍ରାମବାସୀ ବିଦ୍ୟାଳୟରେ ତାଲା ପକାଇଛନ୍ତି। ପ୍ରତିବାଦ ସ୍ୱରୂପ ଅଭିଭାବକମାନେ ପିଲାଙ୍କୁ ବିଦ୍ୟାଳୟକୁ ପଠାଉ ନାହାନ୍ତି। ଗତ ଅଗଷ୍ଟ ୧୯ରେ ଶିକ୍ଷକଙ୍କ ବଦଳି ହୋଇଥିଲା। ଏହାକୁ ବିରୋଧ କରି ଗ୍ରାମବାସୀ ଧାରଣାରେ ବସିଥିଲେ। ପରେ ଏବିଇଓ ଆସି ବଦଳି ବାତିଲ ପ୍ରତିଶ୍ରୁତି ଦେବାରୁ ଆନ୍ଦୋଳନ ସ୍ଥଗିତ ରଖାଯାଇଥିଲା। ହେଲେ ବଦଳି ବାତିଲ ନହୋଇ ଆଜି ଶିକ୍ଷକଙ୍କୁ ରିଲିଭ କରାଯାଇଥିବା ଅଭିଯୋଗ ହୋଇଛି।

ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ପୁଣିଥରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଫଳରେ ବିଦ୍ୟାଳୟରେ ତାଲା ପକାଇବା ସହ ପିଲାମାନଙ୍କୁ ବିଦ୍ୟାଳୟକୁ ପଠାଇନଥିଲେ। ବଦଳି ବାତିଲ କରି ଶିକ୍ଷକଙ୍କୁ ପୁନଃ ନିଯୁକ୍ତି ନ ଦିଆଗଲେ ଆନ୍ଦୋଳନ ଜାରି ରହିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

Share

Leave a Reply