CADLAB

ଚାକିରି ଲୋଭ ଦେଖାଇ ଯୁବତୀଙ୍କୁ ବଳାତ୍କାର

0

ଅନୁଗୁଳ: ସପିଂ ମଲ୍‌ରେ ଭେଟଘାଟ । ଜିନିଷ ପତ୍ର କିଣିବାକୁ ବାରମ୍ବାର ଯାତାୟାତ ଭିତରେ ଗଢି ଉଠିଲା ପ୍ରେମ ସମ୍ପର୍କ, ନିବିଡ଼ତା । ବଡ଼ ଚାକିରି କରାଇ ଦେବାର ପ୍ରଲୋଭନ ଦେଖାଇ ସପିଂମଲର ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଲା ଯୁବକ । ଚାକିରି ଦେବାକୁ ବିଫଳ ହେବା ପରେ ବିବାହ କରି ବାର ପ୍ରତିଶ୍ରୁତି ଦେଇ ରଖିଲା ଶାରୀରିକ ସମ୍ପର୍କ । ହେଲେ ବିବାହ କଥା କହିବାରୁ ଧରାଛୁଆଁ ଦେଲାନି ପ୍ରେମିକ । ବରଂ ଧମକ ଦେଲା । ପ୍ରେମରେ ଧୋକ୍କା ଖାଇବା ପରେ ଯୁବତୀ ଜଣକ ବାଧ୍ୟ ହୋଇ ଅନୁଗୁଳ ସଦର ଥାନାର ଦ୍ବାରସ୍ଥ ହୋଇଛନ୍ତି । ଏତଲା କ୍ରମେ ପୁଲିସ୍ ଅଭିଯୁକ୍ତ ଯୁବକ କଣିହାଁ ଥାନା ଟାକୁଆ ଅଞ୍ଚଳର ଚିନ୍ମୟ ପ୍ରଧାନ ନାମକ ଜଣେ ଯୁବକକୁ ଥାନାରେ ଅଟକ ରଖିଛି । ଅନ୍ୟପକ୍ଷରେ ଚିନ୍ମୟ ବିବାହିତ ଥିବା ଜଣାପଡ଼ିଛି । ପୁଲିସ୍ ସୂଚନା ମୁତାବକ, ବଳାତ୍କାରର ଶିକାର ହୋଇଥିବା ୨୧ ବର୍ଷୀୟା ଯୁବତୀଙ୍କ ଘର ଢେଙ୍କାନାଳ ଜିଲ୍ଲା ଗଦିଆ ଥାନା ଇଲାକାରେ । ଯୁବତୀ ଜଣକ ସହରର ଏକ ସଫ୍ୟାମରେ କାମ କରୁଥିଲେ । ପୁଲିସ୍‌ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ରବିବାର ଅନୁଗୁଳ ସହରରୁ ଅଭିଯୁକ୍ତ ଯୁବକଙ୍କୁ କାବୁ କରି ଥାନାକୁ ଉଠାଇ ନେଇଛି।

Leave A Reply

Your email address will not be published.