ଅନୁଗୁଳ: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ କଣିହାଁ ବ୍ଲକ୍ର ୧୦ ନମ୍ବର ଜିଲ୍ଲା ପରିଷଦ ଜୋନ୍ ଇଲାକାରେ ଜଳଛତ୍ର ଖୋଲିନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ପୂର୍ବ ବର୍ଷ ଗୁଡ଼ିକରେ ମାର୍ଚ୍ଚ ୩୧ରୁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଜଳଛତ୍ର ଖୋଲାଯିବାର ନିୟମ ରହିଥିଲା । ସରକାର ଏପ୍ରିଲ ୧ ତାରିଖ ସୁଦ୍ଧା ଜଳଛତ୍ର ଖୋଲିବାକୁ ପୌରସଂସ୍ଥା ଓ ପଞ୍ଚାୟତିରାଜ ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହୋଇନାହିଁ । ପରାବିଲ ସମେତ ବିଭିନ୍ନ ସ୍ଥାନରେ ଗ୍ରାମ ପଞ୍ଚାୟତ ତରଫରୁ ସ୍ଥାପିତ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ପ୍ରକଳ୍ପରୁ ଗରମ ପାଣି ବାହାରୁଛି। ଫ୍ରିଜର୍ ଓ ଆକ୍ବାଗାର୍ଡ଼ ମରାମତି କରାଯାଉନଥିବାରୁ ଏ ପ୍ରକାର ସ୍ଥିତି ସୃଷ୍ଟି ହୋଇଛି। ଡେରାଗୋଳା ଛକ, ଶରଧାପୁର ଛକ, ଗୋଡ଼ିବନ୍ଧ ହାଇସ୍କୁଲ ଛକ, ସମଲ ହାଇସ୍କୁଲ ଛକ, ସମଲ ଟୋଲଗେଟ, କୁଲେଇ ଢ଼ାବା ବଜାର, ଗହମ ନିତାଇଗୌର ଆଶ୍ରମ, ପବିତ୍ରନଗର ମାର୍କେଟ୍ ବସଷ୍ଟାଣ୍ଡ, ମେଡିକାଲ ଛକ, ଶିପୁର ବରଛକ, ଭାଲୁକି ଡ଼ାବାନ୍ଧିକ, ଗଣ୍ଡମଳା ରାଜୀବ ଭବନ, ପୋଡ଼ାଗଡ଼ ବସଷ୍ଟାଣ୍ଡ, ରେଙ୍ଗୁଟିଆ ଛକ ଠାରେ ତୁରନ୍ତ ଜଳଛତ୍ର ଖୋଲିବାକୁ ପବିତ୍ରନଗର ଅଞ୍ଚଳବାସୀ ଦାବି କରିଛନ୍ତି ।
ସରକାରୀ ନିର୍ଦ୍ଦେଶ ସତ୍ତ୍ୱେ ଖୋଲିଲାନି ଜଳଛତ୍ର
- Post published:April 8, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Sanjeeb Biswal
