ଅନୁଗୁଳ: ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ୯ ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ଆସନ୍ତା ମାର୍ଚ୍ଚ ୧୫ ତାରିଖ ଦିନ ସଂଘ ପକ୍ଷରୁ ରାଜ୍ୟ ବ୍ୟାପୀ ଷ୍ଟିୟରିଙ୍ଗ ଛାଡ଼ ଆନ୍ଦୋଳନ କରାଯିବା ସହ ରାଜରାସ୍ତାରେ ଗଣଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି। ଦାବି ପତ୍ର ପ୍ରଦାନ ବେଳେ ଅନୁଗୁଳ ଜିଲ୍ଲା କୋଷାଧ୍ୟକ୍ଷ ରଜନୀକାନ୍ତ ସାହୁ, ଓଡ଼ିଶା ମଟର ଚାଳକ ସଂଘ ରାଜ୍ୟ ସଭାପତି ଅକ୍ଷୟ କୁମାର ନାଏକ, ଜିଲ୍ଲା ସମ୍ପାଦକ ଅଜୟ କୁମାର ସାହୁଙ୍କ ସମେତ ଜିଲ୍ଲାର ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।ଏହି ଦାବି ପତ୍ରର ଏକ ନକଲ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ମଧ୍ୟ ପ୍ରଦାନ କରାଯାଇଛି।
ଆସନ୍ତା ୧୫ରେ ଡ୍ରାଇଭରଙ୍କ ରାଜ୍ୟ ବ୍ୟାପୀ ଷ୍ଟିୟରିଙ୍ଗ ଛାଡ଼ ଆନ୍ଦୋଳନ, ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ
- Post published:March 3, 2023
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul