ତାଳଚେର ପୁସ୍ତକମେଳା ବାତିଲ

You are currently viewing ତାଳଚେର ପୁସ୍ତକମେଳା ବାତିଲ

ତାଳଚେର: ମହାମାରୀ କରୋନାକୁ ଦୃଷ୍ଟିରେ ରଖୁ ଚଳିତ ବର୍ଷ ଜାନୁୟାରୀ ୨୩ରୁ ୩୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଅଷ୍ଟାଦଶ ତାଳଚେର ପୁସ୍ତକ ମେଳା ବାତିଲ କରିଦିଆଯାଇଛି । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ତାଳଚେର ପୁସ୍ତକ ମେଳା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇ ଏହି ନିଷ୍ପତ୍ତି ନିଆଯାଇଛି । ତାଳଚେର ପୁସ୍ତକ ମେଳା କମିଟିର ସଭାପତି ତଥା ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାଧାରଣ ସମ୍ପାଦକ ଦେବୀ ମିଶ୍ର,ଉପସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ,ଦୀପକ କୁମାର ପ୍ରଧାନ, କୋଷାଧକ୍ଷ ଜ୍ୟୋତି ରଞ୍ଜନ ଦାସ, ଯୁଗ୍ଧ ସମ୍ପାଦକ ବିରଜା ଶଙ୍କର ମିଶ୍ର, ସୌଭାଗ୍ୟ ମହାରଣା, କରୁଣାକର ବାଇ ଓ ଉପଦେଷ୍ଟା ଡକ୍ଟର ରଶ୍ମୀରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିବା ସହ କୋଭିତ୍ କଟକଣା ପାଇଁ ଏହି ନିଷ୍ପତ୍ତି ଗ୍ରହଣ କରିଥିଲେ ।

Share

Leave a Reply