କରୋନା ଗ୍ରାଫ୍ ଉର୍ଦ୍ଧ୍ବଗାମୀ,ଟେଷ୍ଟିଂ ରିପୋର୍ଟ ବିଳମ୍ବ ନେଇ ଜନଅସନ୍ତୋଷ

You are currently viewing କରୋନା ଗ୍ରାଫ୍ ଉର୍ଦ୍ଧ୍ବଗାମୀ,ଟେଷ୍ଟିଂ ରିପୋର୍ଟ ବିଳମ୍ବ ନେଇ ଜନଅସନ୍ତୋଷ

ଅନୁଗୁଳ: ଗତ ଏକ ସପ୍ତାହ ଧରି ଅନୁଗୁଳ ଜିଲ୍ଲାରେ କରୋନା ଗ୍ରାଫ୍ ଉର୍ଦ୍ଧ୍ବଗାମୀ ହୋଇଛି । ସପିଂ କଲାବେଳେ ସାମାଜିକ ଦୂରତା ନରଖିବା,ମାସ୍କ ନପିନ୍ଧିବା, କାରଣରୁ ସଂକ୍ରମିତଙ୍କ ସଂଖ୍ୟା ବଢୁଛି। ଏହାଛଡା ଲକ୍ଷଣ ନଥିବା ଅନେକ ସଂକ୍ରମିତ ରୋଗ ଲୁଚାଇ ଖୁଲମଖୁଲା ବଜାରରେ ବୁଲି ସଂକ୍ରମଣ ବଢ଼ାଉଛନ୍ତି। ସରକାରୀ ରିପୋର୍ଟ ଅନୁଯାୟୀ ଗତ ୩ ତାରିଖରେ ୩୪୭ ଜଣ, ୪ ତାରିଖରେ ୪୫୦, ୫ ତାରିଖରେ ୩୮୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କିନ୍ତୁ ସଂକ୍ରମଣ ବୃଦ୍ଧି ସାଙ୍ଗକୁ କୋଭିଡ୍ ଆରଟିପିସିଆର ପରୀକ୍ଷା ବଢ଼ୁଥିଲେ ମଧ୍ୟ ରିପୋର୍ଟ ଠିକ୍ ସମୟରେ ମିଳୁନଥିବାରୁ ଜନ ଅସନ୍ତୋଷ ଦେଖାଦେଇଛି। ମିଳିଥିବା ରିପୋର୍ଟ ମୁତାବକ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଟେଷ୍ଟିଂ ଲାବ୍ରୋଟୋରୀରେ ଦୈନିକ ୬୦୦ ରୁ ୬୫୦ ସାମ୍ପଲ ରଖାଯାଉଥିବା ବେଳେ ୫୬୪ ଜଣଙ୍କ ପରୀକ୍ଷଣ ବ୍ୟବସ୍ଥା ରହିଛି । ଅବଶିଷ୍ଟ ସାମ୍ପଲ ତା ପରଦିନ ପରୀକ୍ଷା କରାଯାଉଛି । ଗାଇଡ଼ଲାଇନ ଅନୁସାରେ ସାମ୍ପଲ ସଂଗ୍ରହର ୬୦ ଘଣ୍ଟା ମଧ୍ୟରେ କୋଭିଡ୍ ପରୀକ୍ଷଣ ରିପୋର୍ଟ ଆଇଡିଏସପି ବିଭାଗକୁ ହସ୍ତାନ୍ତର ହେବ ଏବଂ ସେଠାରୁ ରୋଗୀର ସେଲ୍ ଫୋନକୁ ମେସେଜ ପଠାଯିବ ।କିନ୍ତୁ ଆଇଡିଏସପି ବିଭାଗରେ ଯଥେଷ୍ଟ କର୍ମଚାରୀ ନଥିବାରୁ ବହୁସଂଖ୍ୟାରେ ଆସୁଥିବା ରିପୋର୍ଟ ଗୁଡିକ ଡାଟା ଏଣ୍ଟ୍ରି କରାଯାଇ ରୋଗୀର ମୋବାଇଲକୁ ପଠାଯାଇ ପାରୁନାହିଁ। ଫଳରେ ରୋଗୀ ଏବଂ ତାଙ୍କ ପରିବାର ଠିକଣା ସମୟରେ ଚିକିତ୍ସା ଆରମ୍ଭ କରି ପାରୁନାହାନ୍ତି । ଅନ୍ୟପକ୍ଷରେ ଏହା ଭୟର ବାତାବରଣ ସୃଷ୍ଟି କରୁଛି । ଯାହା ଫଳରେ ରୋଗୀ ଅଯଥା ମାନସିକ ଚାପରେ ରହୁଛି। ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସକ ଏହାର ନିରାକରଣ ନେଇ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

Share

Leave a Reply