ଠକେଇକୁ ରୋକିବାକୁ ଅଣ୍ଟା ଭିଡି଼ଲା ଅର୍ଥ ମନ୍ତ୍ରଣାଳୟ, କେୱାଇସି ନିୟମକୁ କଡ଼ାକଡ଼ି କରିବେ ସରକାର

You are currently viewing ଠକେଇକୁ ରୋକିବାକୁ ଅଣ୍ଟା ଭିଡି଼ଲା ଅର୍ଥ ମନ୍ତ୍ରଣାଳୟ, କେୱାଇସି ନିୟମକୁ କଡ଼ାକଡ଼ି କରିବେ ସରକାର

ନୂଆଦିଲ୍ଲୀ: ଦେଶରେ ବୃଦ୍ଧି ପାଉଥିବା ସାଇବର ଠକେଇକୁ ନେଇ ଅର୍ଥ ମନ୍ତ୍ରଣାଳୟ ‘ନୋ ୟୋର କଷ୍ଟମର’ (କେୱାଇସି) ନିୟମକୁ କଡ଼ାକଡ଼ି କରିବାକୁ ଚିନ୍ତା କରୁଛି। ବିଶେଷ କରି ଦୂରଦୂରାନ୍ତ ଓ ଗ୍ରାମାଞ୍ଚଳରେ ଲୋକମାନଙ୍କୁ ବ୍ୟାଙ୍କ ସେବା ପ୍ରଦାନ କରୁଥିବା ମର୍ଚାଣ୍ଟ ଓ ବ୍ୟାଙ୍କିଙ୍ଗ କରେସ୍‌ପଣ୍ଡେଣ୍ଟ(ବିସି)ମାନଙ୍କୁ ସାମିଲ କରିବା ବେଳେ କେୱାଇସି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାଗୁଡ଼ିକୁ କୁହାଯିବ। ସଠିକ ଆକଳନ ପରେ ସେମାନଙ୍କୁ ସେବା ପ୍ରଦାନ କରିବା ଅନୁମତି ଦିଆଯିବ।

ସେହିଭଳି ଠକେଇକୁ ରୋକିବା ଲାଗି କେୱାଇସି ନିୟମକୁ କଡ଼ାକଡ଼ି କରିବା ଜରୁରୀ ହୋଇପଡ଼ିଛି। ୨୦୨୩ରେ ଦେଶରେ ୭,୪୮୮ କୋଟି ଟଙ୍କାର ୧୧,୨୮,୨୬୫ ଆର୍ଥିକ ସାଇବର ଠକେଇ ଘଟଣା ଘଟିଥିଲା। ସାଇବର ଠକେଇର ମୁକାବିଲା କରିବା ଲାଗି କେନ୍ଦ୍ର ସରକାର ଉଦ୍ୟମ କରୁଥିବା ବେଳେ ରିଜର୍ଭ ବ୍ୟାଙ୍କ ମଧ୍ୟ ଡିଜିଟାଲ ଇଣ୍ଡିଆ ଟ୍ରଷ୍ଟ ଏଜେନ୍ସି ସ୍ଥାପନ କରିବା ଉପରେ ବିଚାର କରୁଛି। ଏହି ଏଜେନ୍ସି ବେଆଇନ ଋଣ ଆପ୍‌ଗୁଡ଼ିକ ଉପରେ ନଜର ରଖିବ ବୋଲି ଜଣାଯାଇଛି।

Share

Leave a Reply