ଅନୁଗୁଳ : ଅନୁଗୁଳ ବ୍ଲକ୍ ଅନ୍ତର୍ଗତ ବାରଗୌଣିଆ ଗାଁରେ ବିଦ୍ୟୁତ ସର୍ଟ ସର୍କିଟରେ ଗୁରୁବାର ସକାଳେ ଏକ କୁକୁଡ଼ା ଫାର୍ମ ଜଳି ପାଉଁଶ ହୋଇଯାଇଛି। ସୂଚନା ଯେ, ଗାଁର ନରେନ୍ଦ୍ର କୁମାର ସାହୁଙ୍କ କୁକୁଡ଼ା ଫାର୍ମରେ ୨ ହଜାରରୁ ଊର୍ଦ୍ଧ୍ବ କୁକୁଡ଼ା ଚିଆଁ ରଖା ଯାଇଥିଲା। ସକାଳ ୧୧ଟା ସମୟରେ ବିଦ୍ୟୁତ ସର୍ଟ ସର୍କିଟ ହୋଇ ଫାର୍ମରେ ନିଆଁ ଲାଗିଥିଲା। ଫଳରେ କୁକୁଡ଼ା ଚିଆଁ, କୁକୁଡ଼ା ଖାଦ୍ୟ ଓ ଅନ୍ୟ ସରଞ୍ଜାମ ପୋଡ଼ି ଯାଇଛି। ପ୍ରାୟ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି।ଅନୁଗୁଳ ଅଗ୍ନିଶମ ସଂସ୍ଥା ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ।
ଜଳିଗଲା କୁକୁଡ଼ା ଫାର୍ମ
- Post published:April 9, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik
