ଅନୁଗୁଳ: କରୋନା ସଂକ୍ରମଣ ବଢିବା ପରେ ଏହାର ନକରାତ୍ମକ ପ୍ରଭାବ ପଡ଼ିଛି ପ୍ରଶାସନ ଓ ଜନସାଧାରଣଙ୍କ ଭିତରେ ଥିବା ସଂପର୍କ ଉପରେ। ସୋମବାରଠାରୁ ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଶତପଥୀଙ୍କ ଦ୍ବାରା ଜାରି ହୋଇଥିବା ଏହି ନିର୍ଦ୍ଦେଶାନାମାରେ କୁହାଯାଇଛି ଯେ, କରୋନା ସଂକ୍ରମଣ ବଢୁଥିବାରୁ ସରକାରୀ କାର୍ଯ୍ୟାଳୟରେ ସର୍ବସାଧାରଣଙ୍କ ଆଗମନ ଉପରେ ରାଜ୍ୟ ସରକାର କଟକଣା ଲଗାଇଛନ୍ତି। ଏହି ନିୟମର ଅନୁପାଳନ ଅନୁସାରେ ୧୨ ତାରିଖଠାରୁ ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟରେ ସର୍ବସାଧାରଣଙ୍କ ପ୍ରବେଶ ପାଇଁ ବାରଣ କରାଯାଇଛି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। କୌଣସି ଜରୁରୀ ଅଭିଯୋଗ ଥିବା ବ୍ୟକ୍ତିମାନେ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଅଭିଯୋଗ ବାକ୍ସରେ ଅଭିଯୋଗ ପତ୍ର ଦାଖଲ କରିପାରିବେ। ଏହା ବାଦ୍ ଅନ୍ଲାଇନ ମାଧ୍ୟମରେ ମଧ୍ୟ ଅଭିଯୋଗ କରିପାରିବେ ବୋଲି ଏଥିରେ କୁହାଯାଇଛି ।
ସରକାରୀ କାର୍ଯ୍ୟାଳୟକୁ ସର୍ବସାଧାରଣ ମନା
- Post published:April 13, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul