ପ୍ରଗତିନଗରରୁ ଚୋରି, ଗ୍ରୀଲ୍ ଭାଙ୍ଗି ଲୁଟିନେଲେ ଟଙ୍କା, ସୁନା

You are currently viewing ପ୍ରଗତିନଗରରୁ ଚୋରି,  ଗ୍ରୀଲ୍ ଭାଙ୍ଗି ଲୁଟିନେଲେ ଟଙ୍କା, ସୁନା

ଅନୁଗୁଳ: କରୋନା କାଳରେ ସକ୍ରିୟ ହୋଇଛନ୍ତି ଚୋର। ଅନୁଗୁଳ ସହର ଓ ଏହାର ଉପକଣ୍ଠରେ ବଢ଼ିଛି ଦୁର୍ବୃତ୍ତଙ୍କ ଦୌରାତ୍ମ୍ୟ । ଗତ ଗୁରୁବାର ରାତିରେ ଅନୁଗୁଳ ସହର ଉପକଣ୍ଠ ପ୍ରଗତି ନଗରରେ ଏକ ବଡ଼ ଧରଣର ଚୋରି ହୋଇଛି । ପରିବାର ଲୋକ ଉପର ମହଲାରେ ଥିବା ବେଳେ ଦୁର୍ବୃତ୍ତ ତଳ ମହଲାରେ କଳାକନା ବୁଲାଇଛନ୍ତି। ଗ୍ରୀଲ ଭାଙ୍ଗିବା ସହ ଘରର କବାଟ ଭାଙ୍ଗି ଟଙ୍କା ଓ ସୁନା ଲୁଟି ନେଇଥିବା ସଦର ଥାନାରେ ଲିଖିତ ଅଭିଯୋଗ ହୋଇଛି।ପ୍ରାପ୍ତ ସୂଚନା ମୁତାବକ, ପ୍ରଗତିନଗର ଶିବ ମନ୍ଦିର ପଛ ପାର୍ଶ୍ଵରେ ସତ୍ୟାନନ୍ଦ ପ୍ରଧାନଙ୍କ ଘର । ଶ୍ରୀ ପ୍ରଧାନଙ୍କ ପରିବାର ଗୁରୁବାର ରାତିରେ କୋଠାର ଉପର ମହଲାରେ ଶୋଇଥିଲେ। ତଳ ମହଲାରେ କେହି ନଥିବାର ସୁଯୋଗ ନେଇ ଲୁଟପାଟ୍ କରିଥିଲେ ଦୁର୍ବୃତ୍ତ। ଘର ସାମ୍ନାରେ ଥିବା ଲୁହା ଗ୍ରୀଲ ଭାଙ୍ଗିବା ସହ ଶୋଇବା ଘରର କବାଟ ଭାଙ୍ଗିଥିଲେ। ପରେ ଆଲମିରାର ତାଲା ଭାଙ୍ଗି ସେଥିଲେ ଥିବା ୮ ହଜାର ଟଙ୍କା ଓ ୨ଟି ସୁନା ମୁଦି ଚୋରି କରିଥିଲେ । ଏହା ସହିତ ଘରେ ଥିବା ମୂଲ୍ୟବାନ ଜିନିଷକୁ ସାଥୀରେ ଧରି ଚମ୍ପଟ ମାରିଥିଲେ। ସକାଳେ ତଳ ମହଲାକୁ ଆସିବା ପରେ ପରିବାର ଲୋକ ଚୋରି ସମ୍ପର୍କରେ ଜାଣି ବାକୁ ପାଇଥିଲେ। ଏନେଇ ସତ୍ୟାନନ୍ଦଙ୍କ ପୁଅ ଶୁଭାଶିଷ ପ୍ରଧାନ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Share

Leave a Reply