ଚାଷୀ ଆନ୍ଦୋଳନରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

You are currently viewing ଚାଷୀ ଆନ୍ଦୋଳନରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

ଅନୁଗୁଳ: ନୂତନ କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବିରେ ଦିଲ୍ଲୀ ସୀମାରେ ଦୀର୍ଘ ୨୫ ଦିନ ଧରି ଚାଲିଥିବା ଚାଷୀ ଆନ୍ଦୋଳନରେ ସହିଦ ହୋଇଥିବା ୧୫ ଜଣ ଚାଷୀଙ୍କ ସ୍ମୃତିରେ ଅନୁଗୁଳ ବସ୍‌ଷ୍ଟାଣ୍ତ ପରେ ଅଲ୍‌ ଇଣ୍ତିଆ କିଷାନ୍‌ କ୍ଷେତ୍‌ ମଜଦୁର ସ˚ଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ସ˚ଗଠନର ଜିଲ୍ଲା ସ˚ପାଦକ ସୁବାସ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଜୟସେନ ମେହେର, ବ୍ରଜବନ୍ଧୁ ସାହୁ, ମାନସ ପାଳ, ଜ୍ୟେତ୍ସ୍ନାରାଣୀ ସାମଲ ପ୍ରମୁଖ ସହିଦ ସ୍ତମ୍ଭରେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏଥି ସହିତ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ୨୦୨୦, ଘରୋଇ ମଣ୍ତି ଆଇନ୍‌ ଏବ˚ ଚୁକ୍ତି ଚାଷ ଆଇନ ଜନବିରୋଧୀ ହୋଇଥିବାରୁ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଦାବି ହୋଇଥିଲା। ଯେ ପର୍ଯ୍ୟନ୍ତ ଏହି କଳା ଆଇନ ପ୍ରତ୍ୟାହାର ନ ହୋଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରଖିବା ପାଇଁ ଆହ୍ବାନ ଦିଆଯାଇଥିଲା।

Share

Leave a Reply