ପିଲାଦିନର ସାଙ୍ଗଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ; ତାଳଚେରରେ ବିତାଇଲେ କିଛି ଭାବବିହ୍ୱଳ ମୁହୂର୍ତ୍ତ

You are currently viewing ପିଲାଦିନର ସାଙ୍ଗଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ; ତାଳଚେରରେ ବିତାଇଲେ କିଛି ଭାବବିହ୍ୱଳ ମୁହୂର୍ତ୍ତ

ତାଳଚେର: ରାଜନୀତିର ବ୍ୟସ୍ତବହୁଳ ଜୀବନ ଭିତରେ ନିଜ ପୁରୁଣା ସ୍ମୃତିକୁ ସାଉଁଟିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନିଜର ଏକ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ସେ ଏହି ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ଶ୍ରୀ ପ୍ରଧାନ ନିଜ ନିର୍ବାଚନ ମଣ୍ଡଳୀ ଗସ୍ତ ସମୟରେ ତାଳଚେରରେ ନିଜ ପିଲାଦିନର ବନ୍ଧୁମାନଙ୍କୁ ଭେଟିଛନ୍ତି।
ତାଳଚେର ସହ ତାଙ୍କର ପୁରୁଣା ସମ୍ପର୍କ ଓ ପିଲାଦିନର ଅନେକ ଖଟାମିଠା ସ୍ମୃତି ଯୋଡ଼ି ହୋଇ ରହିଛି। ବହୁ ଦିନ ପରେ ନିଜ ପ୍ରିୟ ବନ୍ଧୁମାନଙ୍କୁ ପାଖରେ ପାଇ କେନ୍ଦ୍ରମନ୍ତ୍ରୀ ବେଶ୍ ଉତ୍ସାହିତ ଓ ଆନନ୍ଦିତ ଦେଖାଯାଇଥିଲେ। ସେମାନଙ୍କ ସହ କିଛି ସମୟ ବିତାଇବା ସହ ପୁରୁଣା ସ୍ମୃତିକୁ ରୋମନ୍ଥନ କରିଥିଲେ।

ଏହି ବନ୍ଧୁ ମିଳନ ସମ୍ପର୍କରେ ସେ ଲେଖିଛନ୍ତି ଯେ, “ତାଳଚେରର ମୋ ପିଲାବେଳର ବନ୍ଧୁମାନଙ୍କୁ ଭେଟି ବହୁତ ଆନନ୍ଦିତ। ସେମାନଙ୍କ ଗହଣରେ ବିତାଇଥିବା ସମୟ ଅନେକ ପୁରୁଣା ସ୍ମୃତିକୁ ଉଜାଗର କରିଛି। ବ୍ୟସ୍ତତା ମଧ୍ୟରେ ବନ୍ଧୁତ୍ୱର ଏହି ନିଆରା ମୁହୂର୍ତ୍ତ ମୋ ପାଇଁ ସବୁବେଳେ ସ୍ମରଣୀୟ ହୋଇ ରହିବ।”

ରାଜନୈତିକ ଜୀବନରୁ କିଛି ସମୟ ବାହାର କରି ନିଜ ବନ୍ଧୁମାନଙ୍କ ସହ ସାଧାରଣ ଭାବେ ମିଳାମିଶା କରିବା ତାଙ୍କର ସରଳ ବ୍ୟକ୍ତିତ୍ୱକୁ ଦର୍ଶାଉଛି। ଏହି ମିଳନର କିଛି ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି।

Share

Leave a Reply