ଅନୁଗୁଳ: ସୋମବାର ଅନୁଗୁଳ ଜିଲ୍ଲାରେ କୋଭିଡ ଟିକାକରଣ ହେବନାହିଁ। ଟିକା ଶେଷ ହୋଇ ଯାଇଥିବାରୁ ଟିକାକରଣ ବନ୍ଦ ରହିବ। ଟିକା ଆସିଲା ପରେ ପୁଣି ଟିକାକରଣ ଆରମ୍ଭ ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ରବିବାର ପାଇଁ ଗତକାଲି ଟିକାକରଣ ବନ୍ଦ ରହିଥିଲା। ଏହା ପୂର୍ବ ସପ୍ତାହରେ ଅନୁଗୁଳ ଜିଲ୍ଲାରେ ଟିକାକରଣ ବଢିଥିଲା। ଦିନକୁ ପାଖାପାଖି ୧୦ ହଜାର ଡୋଜ୍ ଟିକା ଦିଆଯାଉଥିଲା । ଏପରିକି ଶୁକ୍ରବାର ୧୫ହଜାରରୁ ଅଧିକ ଡୋଜ୍ ଟିକା ଦିଆଯାଇଥିଲା।
ଆଜି ଟିକାକରଣ ବନ୍ଦ
- Post published:September 13, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul