କାଙ୍ଗୁଲା ନାବାଳିକା ଦୁର୍ଷ୍କମ ଓ ହତ୍ୟା ମାମଲା ନ୍ୟାୟ ନମିଳିଲେ ଆତ୍ମାହୁତି ଦେବୁ: ପରିବାର

You are currently viewing କାଙ୍ଗୁଲା ନାବାଳିକା ଦୁର୍ଷ୍କମ ଓ ହତ୍ୟା ମାମଲା ନ୍ୟାୟ ନମିଳିଲେ ଆତ୍ମାହୁତି ଦେବୁ: ପରିବାର

ଅନୁଗୁଳ: ବହୁ ଚର୍ଚ୍ଚିତ କାଙ୍ଗୁଲା ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅନୁଗୁଳ ଅତିରିକ୍ତ ଦୌରାଜଜ୍‌ ଅଭିଯୁକ୍ତ ଅନାମକୁ ଫାଶୀ ଦଣ୍ତାଦେଶ ଦେଇଥିବାବେଳେ ଏହାପରେ ଅଭିଯୁକ୍ତର ଅପିଲ୍‌ ଉପରେ ମାନ୍ୟବର ହାଇକୋର୍ଟ ତଳ କୋର୍ଟକୁ ରାୟର ପୁନର୍ବିଚାର କରିବା ପାଇଁ କହିଛନ୍ତି। ଗତ ଡିସେମ୍ବରରେ ହାଇକୋର୍ଟର ଏହି ନିର୍ଦ୍ଦେଶର ବେଶ୍‌ କିଛି ଦିନର ନିରବତା ପରେ ନାବାଳିକା ପରିବାର ପକ୍ଷରୁ ଆଶଙ୍କା ପ୍ରକାଶ ପାଇଛି। ଏହି ନିର୍ଦ୍ଦେଶ ପରେ ଅଭିଯୁକ୍ତ ଅନାମ ମାମଲାରୁ ଖସିଯିବାର ଆଶଙ୍କା ବ୍ୟକ୍ତ କରିବା ସହ ଏହାଦ୍ବାରା ନାବାଳିକାକୁ ନ୍ୟାୟ ମିଳିବ ନାହିଁ ବୋଲି ପରିବାର ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ପରିବାର ପକ୍ଷରୁ ନ୍ୟାୟ ନମିଳିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେବେ ବୋଲି ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ୨୦୧୯ ଜାନୁଆରୀ ୨୦ରେ କାଙ୍ଗୁଲା ଗାଁ ମଶାଣି ନିକଟରେ ଏହି ଲୋମଟାଙ୍କୁରା ଘଟଣା ଘଟିଥିଲା। ଫେରାର‌୍‌ ଅଭିଯୁକ୍ତ ଅନାମକୁ ପୁଲିସ୍‌ କଲିକତାରୁ ଗିରଫ କରିଥିଲା। ଅନୁଗୁଳ ସ୍ଵତନ୍ତ୍ର ପୋକ୍ସୋ ଅଦାଲତରେ ଅନାମକୁ ଫାଶୀ ଦଣ୍ତାଦେଶ ଦିଆଯାଇଥିଲା। ସାମ୍ବାଦିକ ସମ୍ମିଳନୀରେ ନାବାଳିକାର ବାପା ସରୋଜ, ମାଆ ପ୍ରଣତୀ ସମେତ ମାମୁଁ ଶିଶିର ମହାରଣା ପ୍ରମୁଖ ଯୋଗ ଦେଇଥିଲେ।

Share

Leave a Reply