ଅଜଣା ଗାଡି ଧକ୍କାରେ ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

You are currently viewing ଅଜଣା ଗାଡି ଧକ୍କାରେ ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କୋଶଳା ନିକଟରେ ଏକ ଅଜଣା ଗାଡି ଧକ୍କାରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ବାମୀ ଗୁରୁତରଭାବେ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ବଅଁପାଳ ଥାନା ଅନ୍ତର୍ଗତ ତୁଳସୀପାଳ ଗାଁର ପ୍ରମୋଦ ମହାପାତ୍ର(୪୭) ଓ ତାଙ୍କ ସ୍ତ୍ରୀ ଝୁନୁ ମହାପାତ୍ର(୪୫) ଏକ ବାଇକ୍ ରେ ଶଶୁରଘର ପୋଡ଼ାପଡ଼ା ଯାଉଥିଲେ। ଅପରାହ୍ନରେ କୋଶଳା ଗାଁମୁଣ୍ଡରେ ଏକ ଗାଡି ବାଇକ୍ ପଛପଟୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ଉଭୟଙ୍କୁ କୋଶଳା ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଝୁନୁଙ୍କୁ ଡ଼ାକ୍ତର ମୃତ ଘୋଷଣା କରିଥିଲେ। ପ୍ରମୋଦଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରାଯାଇଛି। ଏ ନେଇ ଖବର ପାଇବାପରେ ପୁଲିସ ଘଟଣାର ଛାନଭିନ୍ କରୁଛି।

Share

Leave a Reply