ବାଇକ୍ ଦୁର୍ଘଟଣାରେ ଶ୍ରମିକ ମୃତ

You are currently viewing ବାଇକ୍ ଦୁର୍ଘଟଣାରେ ଶ୍ରମିକ ମୃତ

ଅନୁଗୁଳ: ଅନୁଗୁଳ ସହର ଲିଙ୍ଗରାଯୋଡ଼ି ନିକଟରେ ବାଇକ୍ ଦୁର୍ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ପାଲଲହଡା ଥାନା ତିରିବି ଗ୍ରାମର ସୁନିଲ୍ ବଦ୍ରା(୧୮)।

ସୂଚନା ଅନୁସାରେ, ସୁନିଲ୍ ଅନୁଗୁଳ ସହରରେ ଶ୍ରମିକ ଭାବେ କାମ କରୁଥିଲେ। ସେ ହୁଲୁରିସିଂହା ଠାରେ ଏକ ସ୍କୁଲ ନିର୍ମାଣ କାମରେ ନିୟୋଜିତ ଥିଲେ ଏବଂ ଶ୍ରମିକ କ୍ୟାମ୍ପ୍‌ରେ ରହୁଥିଲେ। ରବିବାର ଭୋର୍‌ ସମୟରେ ବାଇକ୍‌ରେ ଯାଉଥିବା ବେଳେ ଲିଙ୍ଗରାଯୋଡ଼ି ନିକଟରେ ସେ ଭାରସାମ୍ୟ ହରାଇ କାନ୍ଥରେ ପିଟି ହୋଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା।

Share

Leave a Reply