ଅନୁଗୁଳ: କରୋନାର ତୃତୀୟ ଲହରର ଭୟବହତା ସହ ଏଥିରେ ଶିଶୁଙ୍କ ପ୍ରତି ଅଧିକ ବିପଦ ରହିଥିବା ବିଶେଷଜ୍ଞ କହୁଥିବା ବେଳେ ଏହାର ମୁକାବିଲା ପାଇଁ ସରକାରୀ ସ୍ତରରେ ପ୍ରସ୍ତୁତି ଜୋର ଧରିଲାଣି । ଅପରପକ୍ଷରେ କରୋନାର ପ୍ରଥମ ଓ ଦ୍ଵିତୀୟ ଲହରର ଭୟବହତାକୁ ନିଜ ଆଖିରେ ଦେଖିବା ସତ୍ତ୍ଵେ ଅମାନିଆ କିନ୍ତୁ ଚେତୁ ନାହାନ୍ତି। କରୋନା କଟକଣା ମାନିବା ତ ଦୂରର କଥା ଅଧିକାଂଶ ଆଉ ମାସ୍କ ପିନ୍ଧୁନାହାନ୍ତି। ଯେଉଁ କାଁ ଭାଁ ଲୋକ ମାସ୍କ ପିନ୍ଧୁଛନ୍ତି, କାହାର ଥୋଡ଼ିରେ ତ ଆଉ କିଛି ସାଙ୍କେତିକ ଭାବେ ବେକରେ ଝୁଲାଉଛନ୍ତି ଏହି ଅବହେଳା ହିଁ ତୃତୀୟ ଲହରକୁ ଡାକି ଆଣିବ ବୋଲି କୁହାଯାଉଥିବା ବେଳେ ଏଥିପ୍ରତି ପ୍ରଶାସନ ଅଧିକ ସଚେତନ ହୋଇଛି। ସଂକ୍ରମଣ ହ୍ରାସ ପରେ ଢିଲା ହୋଇଥିବା ପ୍ରଶାସନ ଏଣିକି ମାସ୍କ ଯାଞ୍ଚକୁ କଡ଼ାକଡ଼ି କରିବ। ଏନେଇ ଜିଲ୍ଲାପାଳ ପୌରପାଳିକାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ମାସ୍କ ବ୍ୟବହାର କରୁନଥିବା ଅମାନିଆଙ୍କ ଠାରୁ ଜରିମାନା ଆଦାୟ କରାଯିବ ବୋଲି ପୌରପାଳିକା ପକ୍ଷରୁ ସୂଚନା ଦିଆଯାଇଛି।
ପୁଣି ଜୋରଦାର ହେବ ମାସ୍କ ଚେକିଂ
- Post published:September 7, 2021
- Post category:ଅନ୍ୟାନ୍ୟ / ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
You Might Also Like
ଘନ ଘନ ବିଦ୍ୟୁତ କାଟ, ପାନୀୟ ଜଳ ସମସ୍ୟା ସହ ବିଭିନ୍ନ ଅସୁବିଧାର ତୁରନ୍ତ ସମାଧାନ ପାଇଁ ଦାବି କଲା ବିଜେପି, ନଚେତ୍ ହେବ ଆନ୍ଦୋଳନ
ଗାଁକୁ ଏବେ ଯାଏଁ ପହଞ୍ଚି ପାରିନି ବିଦ୍ୟୁତ୍ ସେବା, ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଗ୍ରାମବାସୀ





