୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ

You are currently viewing ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍‌ର ମଇମୁରା ନିକଟରେ ଶନିବାର ସନ୍ଧ୍ୟାରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ରୋଗୀ ଆଣିବାକୁ ଠାକୁରଗଡ଼ ଦେଇ ମଇମୁରା ଗ୍ରାମକୁ ଯାଉଥିବା ବେଳେ ହଠାତ୍ ଏକ ବାଇକ୍ ସାମ୍‌ନାକୁ ଚାଲି ଆସିବାରୁ ଭାରସାମ୍ୟ ହରାଇ ଆମ୍ବୁଲାନ୍ସ ଏକ ପୋଖରୀ ଭିତରକୁ ପଶିଯାଇଥିଲା। ଦୁର୍ଘଟଣାରେ କେହି ଆହତ ହୋଇନଥିଲେ ହେଁ ଗାଡ଼ିର ସମ୍ମୁଖ କାଚ ଓ ଝରକା ଭାଙ୍ଗି ଯାଇଥିବା ଜଣାଯାଇଛି। ଠାକୁରଗଡ଼ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସକୁ ଉଠାଇ ଥାନାକୁ ଆଣିଛି । ଏ ନେଇ ତଦନ୍ତ ଜାରି ରହିଛି।

Share

Leave a Reply