୮୦ ବୋତଲ କଫ୍ ସିରପ୍ ଜବତ, ଜଣେ ଗିରଫ

You are currently viewing ୮୦ ବୋତଲ କଫ୍ ସିରପ୍ ଜବତ, ଜଣେ ଗିରଫ

ଅନୁଗୁଳୁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଏନ୍‌ଟିପିସି ଥାନା ଗଦାସିଳା ଗ୍ରାମର ଏକ ତେଜରାତି ଦୋକାନରେ କୋଡିନ ମିଶ୍ରିତ କଫ ସିରପ ବେଆଇନ୍ ଭାବରେ ବିକ୍ରି ହେଉଥିବାର ଖବର ପାଇ ଶନିବାର ଏନ୍‌ଟିପିସି ପୁଲିସ୍ ସଂପୃକ୍ତ ଦୋକାନରେ ଚଢାଉ କରିଥିଲା ଚଢାଉ ବେଳେ ୮୦ ବୋତଲ କଫ ସିରପ୍ ସହିତ ଏକ ବ୍ୟାଗ୍, ଏକ ମୋବାଇଲ ଫୋନ ପୁଲିସ୍‌ ପକ୍ଷରୁ ଜବତ କରାଯାଇଥିବା ଜଣାପଡିଛି ସ୍ଥାନୀୟ ଗଦାସିଳା ଗ୍ରାମର ସିପୁନ୍ ବାରିକ୍ ନାମଧାରୀ ଜଣେ ଯୁବକକୁ ଗିରଫ କରିଛି ପୁଲିସ୍ । ଏ ସଂକ୍ରାନ୍ତରେ ଥାନା ପକ୍ଷରୁ।ମାମଲା ରୁଜୁ କାରାଯାଇ ଥିବା ବେଳେ ଅଭିଯୁକ୍ତ ସିପୁନକୁ ଶନିବାର କୋର୍ଟଚାଲାଣ କରାଯାଇଥିବା ନେଇ ଥାନା ଆଇଆଇସି ଦୀପିକା ଦେବୀ ରାଓ ସୁଚନା ଦେଇଛନ୍ତି। ପୁଲିସ୍‌ ସୂତ୍ରରୁ ପ୍ରକାଶ ଯେ, ଅଭିଯୁକ୍ତ ସିପୁନ୍ ନିଜ ଦୋକାନରେ ବେଆଇନ୍ କଫୄ ସିରପ ବିକ୍ରି କରୁଥିବା ନେଇ ବିଶେଷ ସୂତ୍ରରୁ ପୁଲିସକୁ ଖବର ମିଳିଥିଲା ଥାନା ଏସ୍ଆଇ ଲଲାଟେନ୍ଦୁ ନାଏକଙ୍କ ନେତୃତ୍ୱରେ ଶନିବାର ସକାଳ ୬.୩୦ମିନିଟରେ ତେଜରାତି ଦୋକାନରେ ଅତର୍କିତ ଚଢଉ କରାଯାଇଥିଲା ଅଭିଯୁକ୍ତ ସିପୁନ୍ ପାଖରୁ ଏକ ବ୍ୟାଗ ସହ ୮୦ବୋତଲ ସକଫ କମ୍ପାନୀର କୋଡିନ ମିଶ୍ରିତ କଫ୍ ସିରପ ଜବତ କରାଯାଇଥିଲା। ଦୀର୍ଘ ଦିନ ହେଲାଣି ଚଢାଦରରେ ଏହି କଫ୍ ସିରପ କୁ ବିକ୍ରି କରିଆସୁଥିବା ଜଣାପଡିଛି । ମାଜିଷ୍ଟ୍ରେଟ କଣିହାଁ ତହସିଲଦାର ପତିତପାବନ ଦେବତା ଉପସ୍ଥିତ ଥିବା ବେଳେ ଏହି ମାମଲାର ତଦନ୍ତ ଭାର ସିଆଇ ପି.କେ.ମହାରଣାଙ୍କୁ ଦିଆଯାଇଥିବା ଆଇଆଇସି ଶ୍ରୀମତୀ ରାଓ କହିଛନ୍ତି |

Share

Leave a Reply