CADLAB

ମୋ ସ୍କୁଲ ଅଭିଯାନ ପ୍ରକଳ୍ପର ଶିଳାନ୍ୟାସ

0

ଅନୁଗୁଳ: ଅନୁଗୁଳ ବ୍ଲକ୍‌ର ୫ଟି ହାଇସ୍କୁଲରେ ମୋ’ ସ୍କୁଲ ଅଭିଯାନରେ ନିର୍ମିତ ହେବାକୁ ଥିବା ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଶନିବାର ସମ୍ପନ୍ନ ହୋଇଛି । ଅନୁଗୁଳ ବିଧାୟକ ତଥା ବିଧାନସଭାର ଉପବାଚସ୍ପତି ରଜନୀକନ୍ତେ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ବିଧାୟକଙ୍କ ଗସ୍ତ ବେଳେ ବିଭିନ୍ନ ସ୍ଥାନରେ ବାଜା, ବାଣ ସହ ତାଙ୍କୁ ସ୍ଵାଗତ କରାଯାଇଥିଲା। କୁମୁରିସିଂହା ଉଚ୍ଚ ବିଦ୍ୟାଳୟ, ଧୋକୁଟା ଉଚ୍ଚ ବିଦ୍ୟାଳୟ, ପୋକତୁଙ୍ଗା ଉଚ୍ଚ ବିଦ୍ୟାଳୟ, ଚମ୍ପତିମୁଣ୍ଡା ଉଚ୍ଚ ବିଦ୍ୟାଳୟ ଓ ବଡ଼କେରା ଜଗନ୍ନାଥ ଉଚ୍ଚ ବିଦ୍ୟାଳୟରେ ମୋ’ ସ୍କୁଲ ଅଭିଯାନରେ ଏକାଧିକ ପ୍ରକଳ୍ପ ନିମନ୍ତେ ଅର୍ଥ ମଂଜୁର ହୋଇଛି । ଏହି ସମସ୍ତତ କାର୍ଯ୍ୟକ୍ରମରେ ବ୍ଲକ୍ ଅଧ୍ୟକ୍ଷ ନିରଂଜନ ଦେହୁରୀ, ଯୁବନେତା ଅରୁଣାଭ ସିଂହ, ବ୍ଳକ ବିଜେଡି ସଭାପତି ସରୋଜ ନାରାୟଣ ସାହୁ, ଜିଲ୍ଲା ପରିଷଦ ସଭ୍ୟ ହାଡ଼ିବନ୍ଧୁ ଦେହୁରୀ, ଭାଗିରଥ୍ ମାଝୀ, ଜିଲ୍ଲା ଯୁବ ବିଜେଡି ଉପ-ସଭାପତି ସରୋଜ ନାଏକ, ଦୁର୍ଯ୍ୟୋଧନ ସାହୁ, ଅଜିତ ପ୍ରଧାନ, ଅଜୟ ବେହେରା, ସତ୍ୟାନନ୍ଦ ସାହୁ, ପ୍ରଶାନ୍ତ ସାମଲ ପ୍ରମୁଖଙ୍କ ସମେତ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, ବ୍ଲକ ପ୍ରଶାସନିକ ଅଧିକାରୀ ଓ ସ୍କୁଲ କର୍ମକର୍ତା ଉପସ୍ଥିତ ଥିଲେ।

Leave A Reply

Your email address will not be published.