ଅନୁଗୁଳ: କଣିହାଁ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ ଲୋଭ ଦେଖାଇ ଦୁଷ୍କର୍ମ କରିବା ଅଭିଯୋଗରେ ଏହି ଥାନା ଅନ୍ତର୍ଗତ ଚିତ୍ତଲପୁର ଗାଁର ହେମନ୍ତ ଗୋଚ୍ଛାୟତ(୨୨)ଙ୍କୁ ପୁଲିସ ଗିରଫ କରିଛି। ପୁଲିସ ସୂତ୍ରରୁ ପ୍ରକାଶ, ଏହି ଥାନା ଅଞ୍ଚଳର ଜଣେ ୨୧ ବର୍ଷର ଯୁବତୀଙ୍କୁ ବିବାହ ଲୋଭ ଦେଖାଇ ହେମନ୍ତ ତାଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ। ପରେ କିନ୍ତୁ ବିବାହ କରିବା ପାଇଁ ରାଜିହେଲେ ନାହିଁ । ଏହାର ସମାଧାନ ପାଇଁ ଶୁକ୍ରବାର ଯୁବତୀଙ୍କ ପରିବାର ପକ୍ଷରୁ ଗ୍ରାମବାସୀଙ୍କୁ ଅବଗତ କରାଯାଇଥିଲା। ଗ୍ରାମବାସୀ ଏକ ବୈଠକ କରିବା ସହ ଉଭୟ ପକ୍ଷକୁ ଡାକି ଏହାର ସମାଧାନ କରିବା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ହେମନ୍ତ ଯୁବତୀଙ୍କୁ ବିବାହ କରିବେ ନାହିଁ ବୋଲି ବୈଠକରେ ରୋକଠୋକ୍ ଶୁଣାଇଦେଲେ ଫଳରେ ପୀଡ଼ିତା ଯୁବତୀ ଶନିବାର ସଂଧ୍ୟାରେ ଏ ସଂପର୍କରେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଉଭୟଙ୍କର ଡାକ୍ତରୀ ପରୀକ୍ଷା କରାଇବା ସହ ହେମନ୍ତଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।
ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଦୁଷ୍କର୍ମ, ଯୁବକ ଗିରଫ
- Post published:April 4, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Sanjeeb Biswal
