solar

ଅବସରପ୍ରାପ୍ତ ଅଧ୍ୟାପକଙ୍କ ଘରୁ ଚୋରି

ଝରକାରେ ଆଙ୍କୁଡ଼ା ପୂରାଇ ଲୁଟପାଟ୍

0

ଅନୁଗୁଳ: ଅଭିନବ ଉପାୟରେ ଚୋରି । ଝରକାର ଜାଲି କାଟି ଆଙ୍କୁଡ଼ା ପୂରାଇ ଲୁଟିନେଲା ଟଙ୍କା । କେବଳ ଟଙ୍କା ଲୁଟିଲାନି, ମଶାରି କାଟି ବୃଦ୍ଧାଙ୍କ ଗୋଡ଼ରୁ ପାଉଁଜି ଫିଟାଇଲା । ଅନୁଗୁଳ ସହର ମିଶ୍ରପଡ଼ାରେ ଅବସରପ୍ରାପ୍ତ ଅଧ୍ୟାପକ ଜଗଦାନନ୍ଦ ପତିଙ୍କ ଘରେ ଏମିତି ଢଙ୍ଗରେ ଚୋରି କରିଛି ଦୁର୍ବୃତ୍ତ। ପ୍ରାୟ ଅଢ଼େଇ ଘଣ୍ଟା ଧରି ଲୁଟେରାର ଏହି କାରନାମା ସିସିଟିଭିରେ କଏଦ୍ ହୋଇଛି । ଏନେଇ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ୍ ଅନୁସନ୍ଧାନ ଆରମ୍ଭ କରିଛି ।ଜଗଦାନନ୍ଦଙ୍କ ପୁଅ ଜ୍ୟୋତିରଞ୍ଜନ ଏନେଇ ଥାନାରେ ଲିଖିତ ଅଭିଯୋଗ କରିବା ସହ ପୁଲିସ୍ ପାଖରେ ସିସିଟିଭିର ଫୁଟେଜ୍ ଦାଖଲ କରିଛନ୍ତି । ପୁଲିସ୍ ଶନିବାର ଅପରାହ୍ନରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଥିବା ଜଣାପଡ଼ିଛି ।

 

 

Leave A Reply

Your email address will not be published.