ନାବାଳିକାକୁ ତଣ୍ଟି କାଟି ହତ୍ୟା ଘଟଣା, ୧୯ ଦିନ ପରେ ଅଭିଯୁକ୍ତ ଗିରଫ

You are currently viewing ନାବାଳିକାକୁ ତଣ୍ଟି କାଟି ହତ୍ୟା ଘଟଣା, ୧୯ ଦିନ ପରେ ଅଭିଯୁକ୍ତ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା କୁଇଓ ଗାଁରେ ହୋଇଥିବା ନାବାଳିକା ଖୁସି ହତ୍ୟା ଘଟଣାର ୧୯ ଦିନ ପରେ ଅଭିଯୁକ୍ତ ସୌମ୍ୟ ରଞ୍ଜନ ବେହେରାକୁ ଗିରଫ କରିଛି ପୋଲିସ। ଗତକାଲି ଛତିଶଗଡ଼ ଓ ଝାରସୁଗୁଡା ସୀମାନ୍ତରୁ ତାକୁ ଗିରଫ କରାଯାଇଛି।

ସୂଚନା ଅନୁସାରେ, ଗତ ୮ ତାରିଖ ସକାଳ ପ୍ରାୟ ୧୦ ଟା ବେଳେ କୁଇଓ ଅନନ୍ତବେରଣୀ କଲୋନୀସ୍ଥିତ ଘରେ ପଶି ସୌମ୍ୟ ରଞ୍ଜନ ଅଷ୍ଟମ ଶ୍ରେଣୀର ଛାତ୍ରୀ ଖୁସିକୁ ତଣ୍ଟି କାଟି ହତ୍ୟା କରିଥିଲା। ପରେ ସେ ଫେରାର ହୋଇ ଯାଇଥିଲା। ତାକୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଥିଲା। ତଦନ୍ତ ବେଳେ ଅଭିଯୁକ୍ତ ରଞ୍ଜନ ମଟର ସାଇକେଲରେ ଆଠମଲ୍ଲିକ ଦେଇ ଝାରସୁଗୁଡା ଅଞ୍ଚଳକୁ ପଳାଇ ଯାଇଥିବା ଜାଣିବାକୁ ପାଇଥିଲା। ଗତକାଲି ଛତିଶଗଡ଼ ଓ ଝାରସୁଗୁଡା ସୀମାନ୍ତରେ ସେ ଥିବା ଜାଣିବା ପରେ ପୋଲିସ ତାକୁ ଧରି ଅନୁଗୁଳ ଆଣୁଛି। ପହଞ୍ଚିବା ପରେ ପୋଲିସ ତାକୁ ପଚରାଉଚରା କରିବ ବୋଲି ଜଣାପଡ଼ିଛି।

ତେବେ ଧରାପଡିବା ପୂର୍ବରୁ ଅଭିଯୁକ୍ତ ସୌମ୍ୟ ତାର ଫେସବୁକ ଆକାଉଣ୍ଟରେ ପ୍ରେମ ବିଳାପ କରିଛି। ଖୁସି ସହ ତାର କିଛି ଫଟୋ ପୋଷ୍ଟ କରି ଖୁସି ଖାଲି ମୋର, ଖୁସି ଇଜ ମାଇଁ ଲାଇଫ ବୋଲି ପୋଷ୍ଟ କରିଛି।

Share

Leave a Reply