କିଶୋରନଗରରେ ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି: ୪୮ଟି ଅଭିଯୋଗର ତତକ୍ଷଣାତ୍ ସମାଧାନ

You are currently viewing କିଶୋରନଗରରେ ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି: ୪୮ଟି ଅଭିଯୋଗର ତତକ୍ଷଣାତ୍ ସମାଧାନ

ଅନୁଗୋଳ: କିଶୋରନଗର ବ୍ଲକ କାର୍ଯ୍ୟାଳୟ ସ୍ଥିତ ରାଜୀବ ସେବା କେନ୍ଦ୍ରରେ ସୋମବାର ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଅବଦଲ ଏମ୍ ଅଖତର ଯୋଗଦେଇ ଜନସାଧାରଣଙ୍କ ସାମୂହିକ ଓ ବ୍ୟକ୍ତିଗତ ମିଶି ମୋଟ ୪୮ଟି ଅଭିଯୋଗ ଶୁଣିବା ସହ ସେଗୁଡ଼ିକର ତତକ୍ଷଣାତ୍ ସମାଧାନ କରିଛନ୍ତି।

ଶିବିରରେ ବାମୁର ଓ ଧଉରାପାଲୀ ବିଦ୍ୟୁତ୍ ସେକ୍ସନରେ ସ୍ଥାୟୀ କନିଷ୍ଠ ଯନ୍ତ୍ରୀ ନରହି ଅନ୍ୟତ୍ର ଦାୟିତ୍ୱ ପରିଚାଳନା ହେଉଥିବାରୁ ସେବା ଯୋଗାଣରେ ବାଧା ସୃଷ୍ଟି ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ। ଏହାକୁ ଗ୍ରହଣ କରି ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ଗ୍ରାମ୍ୟ ଉନ୍ନୟନ ଓ ପୂର୍ତ୍ତ ବିଭାଗର ରାସ୍ତା ଏବଂ ପୋଲଗୁଡ଼ିକୁ ତବାରଖ କରିବାକୁ ଏସ୍‌ଡିଓମାନଙ୍କୁ କୁହାଯାଇଥିଲା।

ଏହି ଅବସରରେ କସ୍ତୁରୀବାହାଳ ଓ ପାଣ୍ଢୁରୀପଥର ଗ୍ରାମର ଦୁଇ ଜଣଙ୍କୁ ଚିକିତ୍ସା ସହାୟତା ନିମନ୍ତେ ରେଡକ୍ରସ ପାଣ୍ଠିରୁ ୭,୫୦୦ ଟଙ୍କା ଏବଂ ଅନ୍ୟ ଜଣଙ୍କୁ ୧୦,୦୦୦ ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା। ଶିବିରରେ ଆଠମଲ୍ଲିକ ଉପଜିଲ୍ଲାପାଳ, ବିଡିଓ, ତହସିଲଦାରଙ୍କ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ।

Share

Leave a Reply