ଅନୁଗୋଳ ମୁଖ୍ୟ ଚିକିତ୍ସାଳୟକୁ କୁକୁଡ଼ା ଫାର୍ମ ଜାଗା ହସ୍ତାନ୍ତର ଦାବି

You are currently viewing ଅନୁଗୋଳ ମୁଖ୍ୟ ଚିକିତ୍ସାଳୟକୁ କୁକୁଡ଼ା ଫାର୍ମ ଜାଗା ହସ୍ତାନ୍ତର ଦାବି

ଅନୁଗୋଳ : ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଥିବା କୁକୁଡ଼ା ଫାର୍ମକୁ ଅନ୍ୟତ୍ର ସ୍ଥାନାନ୍ତର କରି ସମସ୍ତ ଜାଗା ମେଡିକାଲକୁ ହସ୍ତାନ୍ତର କରିବା ପାଇଁ ଆଜି ‘ଜିଲ୍ଲା ଜନଜୀବନ ସୁରକ୍ଷା କମିଟି’ ପକ୍ଷରୁ ଦାବି କରାଯାଇଛି। ଏନେଇ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ ମାୟାଧର ବେହେରାଙ୍କୁ ପ୍ରଦାନ କରାଯାଇଛି।

ଦିନକୁ ଦିନ ବୃଦ୍ଧି ପାଉଥିବା ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଏହି ମେଡିକାଲକୁ ସୁପର ସ୍ପେଶିଆଲିଷ୍ଟ ହସ୍ପିଟାଲ ଏବଂ ମେଡିକାଲ କଲେଜରେ ପରିଣତ କରିବା ପାଇଁ ଅତିରିକ୍ତ ଜାଗା ଆବଶ୍ୟକ ରହିଛି। ଏହା ସହିତ ସମସ୍ତ ହସ୍ପିଟାଲରେ ଖାଲିଥିବା ଡାକ୍ତର ଓ କର୍ମଚାରୀ ପଦବୀ ପୂରଣ, ନିରାମୟ ଯୋଜନାରେ ସମସ୍ତ ଔଷଧ ଯୋଗାଇଦେବା ଏବଂ ମେଡିକାଲ ପରିସରରେ ଉତ୍ତମ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ଦାବିପତ୍ରରେ ଉଲ୍ଲେଖ ଅଛି।
ଦାବିପତ୍ର ପ୍ରଦାନ ସମୟରେ ଅଭିମନ୍ୟୁ ସ୍ୱାଇଁ, ରମେଶ ସାହୁ, ତୀର୍ଥବାସୀ ଭୋଇ, ନିରୋଦ ପାଲ, ତ୍ରିଲୋଚନ ଜେନା, ମାନସ ପାଲ ଓ ରବୀନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଶାସନ ପକ୍ଷରୁ ଶୀଘ୍ର ପଦକ୍ଷେପ ନିଆ ନଗଲେ ଆନ୍ଦୋଳନ କରାଯିବ ବୋଲି କମିଟି ଚେତାବନୀ ଦେଇଛି।

Share

Leave a Reply