ଅନୁଗୁଳ : ଅନୁଗୁଳ ଜିଲ୍ଲା ସାମ୍ବାଦିକ ୟୁନିୟନ(ଏଡିୟୁଜେ)ର କାର୍ଯ୍ୟକାରିଣୀ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ସୁବାଷ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବରିଷ୍ଠ ସାମ୍ବାଦିକ ମାନଙ୍କୁ ୨୦ ହଜାର ଟଙ୍କା ପେନସନ ପ୍ରଦାନ ଓ ପ୍ରଦାନ କରାଯାଇଥିବା ବିମା ରଶିକୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ଠାରେ ଦାବୀ କରାଯାଇଛି। ସେହିପରି ଜିଲ୍ଲାର କୋଭିଡ଼ରେ ମୃତ ସାମ୍ବାଦିକ ପରିବାରକୁ ଉଚିତ ସହାୟତା ରାଶି ପ୍ରଦାନ ଏବଂ ସରକାରଙ୍କ ବିମା କାର୍ଡ ପ୍ରଦାନ ପାଇଁ ସମୟୋଚିତ କାର୍ଯ୍ୟନୁଷ୍ଠାନ ପାଇଁ ଦାବୀ କରାଯାଇଛି। ଅଭିଜ୍ଞତା ଓ ଦକ୍ଷତା ଅଭାବରୁ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକରୀ ପ୍ରଶାସକ ଏବଂ ସାମ୍ବାଦିକ ମାନଙ୍କ ମଧ୍ୟରେ ଉଚିତ ସଂପର୍କ ସ୍ଥାପନ ହୋଇପାରୁନାହିଁ। ଫଳରେ ଆବଶ୍ୟକୀୟ ସୂଚନା ସେବା ପାଇପାରୁନଥିବା ନେଇ ବୈଠକରେ ସାମ୍ବାଦିକ ହୋଇଥିଲା। ତେଣୁ ତୁରନ୍ତ ଜଣେ ଦକ୍ଷ ଓ ଅଭିଜ୍ଞ ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କୁ ନିଯୁକ୍ତି ଦେବା ପାଇଁ ଦାବୀ ହୋଇଥିଲା। ବୈଠକରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ସୁରକ୍ଷା ପ୍ରଦାନ ପାଇଁ ଦୁରତ ଆଇନ ପ୍ରଣୟନ ପାଇଁ ଦାବୀ କରାଯାଇଛି। ଜିଲ୍ଲାର ବିଭିନ୍ନ ବ୍ଲକ୍ରେ ବୈଠକ ଆୟୋଜିତ କରିବା ସହ ଜିଲ୍ଲା ସାଧାରଣ ସମସ୍ୟା ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସାମାଜିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରିବା ପ୍ରଭୃତି ପ୍ରସଙ୍ଗ ଉପରେ ଆଲୋଚନା କରାଗଲା। ଜିଲ୍ଲାପାଳଙ୍କୁ ଏ ନେଇ ଦାବିପତ୍ର ପ୍ରଦାନ କରାଯିକୁ ସ୍ଥିର କରାଗଲା। ସଂଘର ଆଗାମୀ ରାଜ୍ୟ ସ୍ତରୀୟ ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ଅନୁଗୁଳଠାରେ ଆୟୋଜିତ କରାଯିବା ସମ୍ପର୍କରେ ଅଲୋଚନା କରାଗଲା। ବୈଠକରେ ସାମ୍ବାଦିକ ଅଜିତ କୁମାର ଧର, ସୁଶାନ୍ତ କୁମାର ସହୁ, ପର୍ଶୁରାମ ଦାଶ, ଜୟନ୍ତ କର, ଅଜିତ ଧଳ, ତ୍ରିବେଣୀ ସାହୁ, ନିରଞ୍ଜନ ନାୟକ, ଦିଲିପ କୁମାର ସାହୁ, ଦିନବନ୍ଧୁ ସାହୁ, ଉପେନ୍ଦ୍ର ରାଉତ, ସଂଜିବ ମାଣ୍ଡୋଠିଆ, ସନ୍ତୋଷ କୁମାର ମିଶ୍ର, ବିରେନ୍ଦ୍ର କୁମାର ପ୍ରଧାନ ପ୍ରମୁଖ ଏହି ବୈଠକରେ ଯୋଗଦେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।
ଏଡିୟୁଜେର କାର୍ଯ୍ୟକାରିଣୀ ବୈଠକ
- Post published:September 23, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul