ଅନୁଗୁଳ: ସ୍ଥାନୀୟ ଧର୍ମଶାଳା ସଭାକକ୍ଷରେ ଓଡ଼ିଆ ସଙ୍ଗୀତର ବାଦଶାହ ମୁକୁଟ ବିହୀନ ସମ୍ରାଟ ଅକ୍ଷୟ ମହାନ୍ତିଙ୍କ ସ୍ମୃତିରେ ଗୁରୁବାର ଏକ ସଙ୍ଗୀତ ସନ୍ଧ୍ୟା ଆୟୋଜିତ ହୋଇଯାଇଛି। ଅକ୍ଷୟ ମହାନ୍ତିଙ୍କ କୁନି କୁନି ପ୍ରଶଂସକଙ୍କ ଦ୍ଵାରା ସମରୋହ ଉଦଘାଟିତ ହୋଇଥିଲା। ପରେ ବିଶିଷ୍ଟ କଥା ବାଚକ ପଣ୍ଡିତ ମହେଶ ସାହୁ ଅକ୍ଷୟଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସଙ୍ଗୀତ ସନ୍ଧ୍ୟାର ଆବାହକ ସୁଧୀରେନ୍ଦ୍ର ପରିଜା ସ୍ୱାଗତ ଭାଷଣ ଦେବା ପରେ ସଙ୍ଗୀତ ସନ୍ଧ୍ୟା ଆରମ୍ଭ ହୋଇଥିଲା।
ଅକ୍ଷୟଙ୍କ ଅମର ଗୀତ ହେ ଫଗୁଣ, ସ୍ମୃତି ତୁମେ, ପୁଣ୍ୟର ନଦୀ ତୀରେ, ଉଡି ଉଡି ସମେତ ବହୁ ଫିଲ୍ମ ଗୀତ ଗୁଡିକୁ କଣ୍ଠଶିଳ୍ପୀ ଗାଇ ଭରପୁର ଦର୍ଶକଙ୍କୁ ବାନ୍ଧି ରଖିଥିଲେ।କଣ୍ଠଶିଳ୍ପୀ ବିଶ୍ୱଜିତ ଦାସ, ଅମରେନ୍ଦ୍ର ଜେନା, ଅତିଥି ସ୍ୱାଇଁ, ମୌସୁମୀ ଦାସ, ଅନିତା ସାମଲ ପ୍ରମୁଖ ଗୀତ ଗାଇ ଅକ୍ଷୟଙ୍କ ଅମର ସଙ୍ଗୀତକୁ ମନେ ପକାଇଥିଲେ। ଏହାପରେ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ପାଇଥିବା ଚାରି ଜଣଙ୍କୁ ପ୍ରତିଭା ସମ୍ମାନ ଦିଆ ଯାଇଥିଲା। ବରିଷ୍ଠ ପୋଲିସ ଅଧିକାରୀ ଜିତେନ୍ଦ୍ର ଦଳେଇ ଏବଂ ଅନୁଗୁଳ କଲେଜ ଅଧ୍ୟକ୍ଷ ଗଙ୍ଗାଧର କର ପ୍ରତିଭା ସମ୍ମାନ ପ୍ରଦାନ କରିଥିଲେ। ସନ୍ତୋଷ ମିଶ୍ର ଓ ସଂଘମିତ୍ରା ମିଶ୍ର ଅକ୍ଷୟ ସଙ୍ଗୀତ ଉପରେ ସମୀକ୍ଷା କରିଥିଲେ।