ସାମ୍ବାଦିକଙ୍କୁ ସୁରକ୍ଷାକର୍ମୀଙ୍କ ଆକ୍ରମଣ ଅଭିଯୋଗ, ଥାନାରେ ଏତଲା

You are currently viewing ସାମ୍ବାଦିକଙ୍କୁ ସୁରକ୍ଷାକର୍ମୀଙ୍କ ଆକ୍ରମଣ ଅଭିଯୋଗ, ଥାନାରେ ଏତଲା

ଅନୁଗୁଳ: ଗୁରୁବାର ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୁଇ ଜଣ ସାମ୍ବାଦିକଙ୍କୁ ସୁରକ୍ଷାକର୍ମୀ ଆକ୍ରମଣ କରିଥିବା ନେଇ ଅନୁଗୁଳ ଥାନାରେ ଅଭିଯୋଗ ହୋଇଛି। କାୟାକଳ୍ପ ଟିମ୍ ଅନୁଗୁଳ ମେଡିକାଲ ଗସ୍ତରେ ଆସିଛି। ସମ୍ବାଦ ସହର ପ୍ରତିନିଧି ବିକାଶ କୁମାର ସାହୁ ଏବଂ ଧରିତ୍ରୀର ଫଟୋ ସାମ୍ବାଦିକ ଜ୍ୟୋତି ରଞ୍ଜନ ସାହୁ ଖବର ସଂଗ୍ରହ କରିବାକୁ ୱାର୍ଡ ଭିତରକୁ ଯାଉଥିବା ବେଳେ ସୁରକ୍ଷାକର୍ମୀ ବାରଣ କରିଥିଲେ। ଏକଥାକୁ ନେଇ ଉଭୟ ପକ୍ଷ ମଧ୍ୟରେ କଥା କଟା କଟି ହୋଇଥଲା। ଦୁଇ ଜଣ ସୁରକ୍ଷା କର୍ମୀ ହଠାତ ଦୁଇ ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ ହୋଇଛି। ଏ ଘଟଣା ପ୍ରଚାର ପରେ ସାମ୍ବାଦିକମାନେ ଏକାଠି ହୋଇ ଆକ୍ରମଣର ପ୍ରତିବାଦ କରିବା ସହ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗ ପାଇ ଘଟଣାର ତଦନ୍ତ କରୁଛି। ଏଥିସହ ଗଣମାଧ୍ୟମ ପ୍ରତିନିଧିମାନେ ସିଡିଏମଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ କିଛି ସମୟ ଧରି ହୋହାଲ୍ଲା କରିଥିଲେ। ପୁଲିସ୍ ପହଞ୍ଚି ବୁଝାସୁଝା କରିଥବା ବେଳେ ପୁଲିସ୍ ତଦନ୍ତ କରି ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସିଡିଏମଓ ଡ଼ା ତ୍ରିଲୋଚନ ପ୍ରଧାନ କହିଛନ୍ତି।

Share

Leave a Reply