କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ନୀତିନ ଗଡ଼କରୀଙ୍କୁ ଭେଟିଲେ ଅନୁଗୁଳ ବିଜେପି ଜିଲ୍ଲା ସଭାପତି, ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ କଲେ ଆଲୋଚନା
ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଦିଲେଶ୍ୱର ପ୍ରଧାନ ନୂଆଦିଲ୍ଲୀରେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଜିଲ୍ଲାର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି। ଗତ ଶନିବାର ବିଜେପି ଜିଲ୍ଲା ସଭାପତି, କେନ୍ଦ୍ର ସଡକ ପରିବହନ ମନ୍ତ୍ରୀଙ୍କୁ ଭେଟି ୫୫ ନମ୍ବର ଜାତୀୟ ରାଜପଥ ମଙ୍ଗୁଳି ଠାରୁ ଅନୁଗୁଳ ଏବଂ ଅନୁଗୁଳ ଠାରୁ ସମ୍ବଲପୁର ପର୍ଯ୍ୟନ୍ତ ଚାରି ଲାଇନ ରାସ୍ତାକୁ ଖୁବଶୀଘ୍ର ଶେଷ କରିବାକୁ ଦାବିପତ୍ର ପ୍ରଦାନ କରିଛନ୍ତି। ତେବେ ଚଳିତ ବର୍ଷ ଶେଷ ସୁଦ୍ଧା ଉକ୍ତ ରାସ୍ତା କାର୍ଯ୍ୟ ଶେଷ ହେବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଜିଲ୍ଲା ସଭାପତି କହିଛନ୍ତି।
ନୂଆଦିଲ୍ଲୀ ଗସ୍ତ ବେଳେ ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଅନୁଗୁଳ-ସମ୍ବଲପୁର ଦେଇ ବାଙ୍ଗାଲୋର ଟ୍ରେନ ପ୍ରଶାନ୍ତି ଏକ୍ସପ୍ରେସ, ହମସଫର ଏକ୍ସପ୍ରେସ, ଏସ ଏମ ଭି ଟି ଏକ୍ସପ୍ରେସ ଚଳାଇବା ପାଇଁ ଦାବି ଉପସ୍ଥାପନ କରିଛନ୍ତି। ଏହି ସାକ୍ଷାତ ବେଳେ ଜିଲ୍ଲା ସଭାପତି ଶ୍ରୀ ପ୍ରଧାନଙ୍କ ସହ ଜିଲ୍ଲା ଟ୍ରକ ଆସୋସିଏସନର ସଭାପତି ଅମ୍ବିକା ପ୍ରସାଦ ଭଟ୍ଟ, ବରିଷ୍ଠ ବିଜେପି ନେତା ଦିଲ୍ଲୀପ ପ୍ରଧାନ, ପ୍ରାକ୍ତନ ସରପଞ୍ଚ ପ୍ରମୋଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।