ଅନୁଗୁଳ: ସ୍ଥାନୀୟ ପିଟିସି ପଡ଼ିଆରେ ଆଜି ଅନୁଗୁଳ ଫୁଟବଲରସ୍ ଆସୋସିଏସନ୍ ପକ୍ଷରୁ ଜିଲ୍ଲା ଗ୍ରାମାଞ୍ଚଳ ଫୁଟବଲ ଲିଗ୍ ୨୦୨୬ ଉଦଘାଟିତ ହୋଇଯାଇଛି। ପୂର୍ବତନ ନଗରପାଳ ତଥା ତାମଡା ଅଧ୍ୟକ୍ଷ ଶକ୍ତିପ୍ରସାଦ ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ।
ଉଦଘାଟନୀ ଦିବସରେ ଦୁଇଟି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ପ୍ରଥମ ମ୍ୟାଚ ଡେରା ଓ ଇନ୍ଦିରା କ୍ଳବ୍ ମଧ୍ୟରେ ୧-୧ ରେ ଅମିମାଂସିତ ରହିଥିଲା। ଦ୍ଵିତୀୟ ମ୍ୟାଚ୍ ଡେରେଙ୍ଗ ଓ ପପଣ୍ଡ, ପାଲଲହଡ଼ା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପପଣ୍ଡ ୨-୦ ଗୋଲରେ ବିଜୟ ଲାଭ କରିଥିଲା।
ଏଠାରେ ସୂଚନା ଯୋଗ୍ୟ ଯେ, ପ୍ରତିଯୋଗିତାରେ ୩୨ ଟି ଟିମ୍ ଭାଗ ନେଉଥିବା ବେଳେ ୮ ଟି ଗ୍ରୁପ କରାଯାଇଛି। ଏହି ପ୍ରତିଯୋଗିତାରେ ଅନୁଗୁଳ ଜିଲ୍ଲା ଦଳ ଗଠନ କରାଯାଇ ରାଜ୍ୟ ସ୍ତରକୁ ପଠାଯିବ। ସଂଘ ପକ୍ଷରୁ ସଭାପତି ପବନା ସାହୁ ସମ୍ପାଦକ ନିଲୁ ସାହୁ,କୋଷାଧ୍ୟକ୍ଷ ବିନୋଦ ସାହୁଙ୍କ ସମେତ ବସନ୍ତ ଦାସ,ରମେଶ ଚନ୍ଦ୍ର ସାହୁ,ରୁଚିର ଦାସ, ଯୁଧିଷ୍ଠିର ସେଠ,ନୀଳମଣି ରାଉତ,ହୃଦାନନ୍ଦ ପଣ୍ଡା ,ପଦ୍ମନାଭ ପ୍ରଧାନ,ଧ୍ରୁବ ପ୍ରଧାନ,ସଂଗ୍ରାମ ବେହେରା,ଜଗନ୍ନାଥ ଦାସ ପ୍ରମୁଖ ଉପସ୍ଥିତ ଥିଲେ।ଶ୍ରୀମୁଖ ଗଡ଼ନାୟକ ଖେଳ ପରିଚାଳନା କରିଥିଲେ।ବାସୁଦେବ ସାହୁ ପ୍ରଫୁଲ୍ଲ ଘଡେ଼ଇ ଲାଇନରେ ସହାୟତା କରିଥିଲେ।












