ଅନୁଗୋଳ: ସ୍ଥାନୀୟ ଟ୍ରକ୍ ମାଲିକ ସଂଘ ସଭା କକ୍ଷରେ ଅଲ୍ ଓଡ଼ିଶା ବ୍ରିଜ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ଆଜି ଢେ଼ଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ରୂପେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଓଡ଼ିଶା ବ୍ରିଜ୍ ଆସୋସିଏସନ୍ ସଭାପତି ଶୁଭେନ୍ଦୁ ପଟ୍ଟନାୟକ, ସମ୍ପାଦକ ତାପସ ବିଶ୍ଵାଳ, ଅନୁଗୋଳ ଟ୍ରକ୍ ମାଲିକ ସଂଘ ସଭାପତି ଅମରେଶ ସ୍ୱାଇଁ, ସମ୍ପାଦକ ରଜତ ମହାପାତ୍ର, ଅନୁଗୋଳ ବ୍ରିଜ୍ ଆସୋସିଏସନ୍ ସଭାପତି ଜୟ ପଟ୍ଟନାୟକ, ସମ୍ପାଦକ ଡିଲେଶ୍ୱର୍ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।
ସଭା ପ୍ରାରମ୍ଭରେ ଅନୁଗୋଳ ସଂଘର ଦିବଂଗତ ସମ୍ପାଦକ ଦିଲ୍ଲୀପ କୁମାର ସିହ୍ନାଙ୍କ ସ୍ମୃତିରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ବ୍ରିଜ୍ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ୧୮ ଟି ଟିମ୍ ଅଂଶଗ୍ରହଣ କରୁଛନ୍ତି। ଜୁନ୍ ୨୪ ତାରିଖ ସନ୍ଧ୍ୟାରେ ଉଦଯାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।











